ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାରଜଟଣୀ: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ମହୋତ୍ସବ ପାଇଁ କମିସନେରେଟ୍ ପୁଲିସ୍ ପକ୍ଷରୁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ରୱାଲା ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜଟଣୀ ସହରରେ ପ୍ରସିଦ୍ଧ ଗଣେଶ ପୂଜା ବିନା ଡିଜେ ରେ ପୂଜା ଭସାଣି ହେବାକୁ ଯାଉଛି । ଭୂବନେଶ୍ୱର କମିଶନରେଟ ପୁଲିସ ଜୋନ-୩ ଏସିପି ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଜଟଣୀର ପ୍ରସିଦ୍ଧ ଗଣେଶପୂଜା ଆଧାରିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଭୁବନେଶ୍ୱର କମିଶନରେଟ ପୁଲିସର ଡିସିପି ଯୋଗଦେଇ କହିଥିଲେଯେ ପୂଜା କିଭଳି ସୁରୁଖୁରରେ ସମାପନ ହେବ ସେନେଇ ପୁଲିସ ପ୍ରଶାସନ ଏବଂ ପୂଜା କମିଟି ଉଭୟେ ସହଯୋଗ କରିବାକୁ ହେବ । ପାର୍ବଣରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ କୈାଣସି ସମସ୍ୟା ନ ହୁଏ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏଥି ସହିତ ଅସାମାଜିକମାନଙ୍କ ପ୍ରତି ପୂଜାକମିଟି ଓ ପ୍ରଶାସନ ଉଭୟେ ଦୃଷ୍ଟି ଦେବାକୁ ହେବ । ପାର୍ବଣ ସମୟରେ ଜନଗହଳିକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ପୁଲିସ୍ ଓ ପୂଜା କମିଟି ଉଭୟେ ମିଳିତଭାବେ ସହଯୋଗ କରିବାକୁ ଡିସିପି କହିଛନ୍ତି । ଏଥିସହିତ ପୂଜାମହୋତ୍ସବ ଗୁଡ଼ିକୁ ଶାନ୍ତିଶୃଖଂଳାଲାଗି ପୁଲିସ୍ ଫୋର୍ସ୍ ମୁତୟନ କରାଯିବ । ପୂଜା ପେଣ୍ଡାଲ ଓ ପାରିପାଶ୍ୱିର୍କ ସ୍ଥିତିକୁ ଦେଖି କେତେ ପ୍ଲାଟୁନ ଫୋର୍ସ ମୁତୟନ ହେବେ ତାହା ସ୍ଥିର କରାଯିବ ବୋଲି କହିଛନ୍ତି । ପ୍ରତ୍ୟେକ ପୂଜା ପେଣ୍ଡାଲରେ ସିସିଟିଭି ଲଗାଇବାକୁ ଡିସିପି ପୂଜା କମିଟି ସଦସ୍ୟମାନଙ୍କୁ କହିଥିଲେ । ସେହିପରି ସିଙ୍ଗଲ୍ଉଇଣ୍ଡୋ ମାଧ୍ୟମରେ ଡିସିପିଙ୍କ ଅନୁମତିପତ୍ର ଜଟଣୀ ଥାନାରୁ ଦେବାକୁ ପୂଜା ସମିତିର ପ୍ରତିନିଧି ମାନେ ଦାବିକରିଥିଲେ । ଉକ୍ତ ଦିନ ପୁଲିସର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହିଥିବେ । ଆଗାମୀ ପୂଜା ପରିପ୍ରେକ୍ଷିରେ ଯୁଦ୍ଧକାଳୀନ ଭିତିରେ ଖଣ୍ଡିଆଖାବରା ରାସ୍ତାଗୁଡ଼ିକୁ ମରାମତି କରିବାକୁ ପୂଜା କମିଟିର କର୍ମକର୍ତାମାନେ ଦାବି ରଖିଥିଲେ । ଜଟଣୀ ପୈାରପରିଷଦ ପକ୍ଷରୁ ନାଳନର୍ଦମା ସଫା କରିବା ସହ ୨ ଓଳି ସଫେଇ କରି ବ୍ଲିଚିଂ ପାଉଡର୍ ପକାଇବାକୁ ସୂଚିତ କରାଯାଇଥିଲା । ଏହିବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ , ପୈାରାଧ୍ୟକ୍ଷ ଅନନ୍ତ ବେହେରା, ଆଇଆଇସି ଙ୍କ ସହିତ ସମସ୍ତ ପୂଜା ପେଣ୍ଡାଲର କର୍ମକର୍ତାମାନେ ଉପସ୍ତିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।