ପର୍ଯ୍ୟଟକ ବିଭାଗ ସଚିବଙ୍କ ନୀଳମାଧଵ ଦର୍ଶନ ସହ ଦ୍ୱିତୀୟ ବିକାଶ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି.: ପର୍ଯ୍ୟଟକ ଙ୍କ ପାଇଁ ଜଳ ଯାତ୍ରା

 
         

ନୟାଗଡ (ପ୍ରଭାକର ଶିରୋମଣି):-

ନୟାଗଡ ଜିଲ୍ଲା ଅନ୍ତର୍ଗତ  କଣ୍ଟିଲୋ ନୀଳମାଧଵ ପୀଠ  ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟ ଶେଷ ପ୍ରାୟ ହୋଇଥିଲା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଙ୍କ ପ୍ରଚେଷ୍ଟାରେ ଅବଶିଷ୍ଟ ବିକାଶ ପ୍ରକଳ୍ପ ର ଆବଶ୍ୟକତା ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l 
            ଏହି ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ ଆଜି ଶନିବାର କଣ୍ଟିଲୋ ଗସ୍ତରେ ଆସି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ଆଲୋଚନା ସଭାରେ ଯୋଗ ଦେଇ ଖଣ୍ଡପଡା ବିଧାୟକ ଶ୍ରୀ ସ୍ବାଇଁ, ନୟାଗଡ ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଖଣ୍ଡପଡା ଅତିରିକ୍ତ ତହସିଲଦାର ଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜାରାମ ଛତ୍ରିଆ ଙ୍କ ସହିତ ଆଲୋଚନା କରି କଣ୍ଟିଲୋ ନୀଳମାଧଵ ପୀଠରେ ହୋଇଥିବା ବିକାଶ ପ୍ରକ୍ରିୟା ବିଷୟରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ଆଗକୁ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ପାଇଁ କଣ କଣ ସୁବିଧା ହୋଇ ପାରିବ ଏ ସମ୍ବନ୍ଧରେ ସଚିବ ଶ୍ରୀ ସିଂ ପ୍ରସ୍ତୁତ ହୋଇଥିବା ଏକ ଡିପି ଆର ଓ ଉପସ୍ଥାପିତ କରିଥିଲେ l 
               ଗତ ବିକାଶ ପ୍ରକଳ୍ପ ସମ୍ବନ୍ଧରେ ଉପସ୍ଥିତ ଥିବା ଓଡିଶା ସେତୁ ନିର୍ମାଣ ନିଗମ ପ୍ରକଳ୍ପ ପରିଚାଳକ ଇଂ ଚୈତନ୍ୟ ପ୍ରସାଦ ମାଝୀ, ସାଧାରଣ ପରିଚାଳକ ଇଂ ମାନସ କୁମାର ବେହେରାଙ୍କୁ ପଚାରି ବୁଝିଥିଲେ l ଗତ ପ୍ରକଳ୍ପରେ କାର୍ଯ୍ୟକାରୀ ହୋଇନଥିବା ପ୍ରକଳ୍ପ କୁ ଆଗାମୀ ଦିନ ରେ ଶେଷ କରିବା ସଙ୍ଗେ ସଙ୍ଗେ ମନ୍ଦିର ସୂଚନା ପାଇଁ ୪୮ ନଂ ରାଜ୍ୟ ରାଜପଥ ଉପରେ ଦୁଇଟି ଗେଟ ନିର୍ମାଣ କରିବାକୁ ସ୍ଥିର କାରା ଯାଇଥିଲା l ଏହା ଛଡା ନୀଳମାଧଵ ପାହାଡ଼ ପାଦଦେଶରେ ବହି ଯାଉଥିବା ମହାନଦୀରେ   କଣ୍ଟିଲୋ,ଭଟ୍ଟାରିକା ଓ ସିଂହ ନାଥ ଟି ବ୍ରିଜ ମଧ୍ୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଜଳ ଯାତ୍ରାର ସୁବିଧା ପାଇଁ କଣ୍ଟିଲୋ ବଜାର ତଳେ ଏକ ବିଶ୍ରାମ ସ୍ଥଳୀ   (ଜେଟି ) ନିର୍ମାଣ କରିବାକୁ ସ୍ଥାନ ସଂରକ୍ଷଣ କରିଥିଲେ l ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍

Smart Computer Ad
You might also like
error: Content is protected !!