ଜଟଣୀ ଧର୍ମପରାୟଣ ମହିଳା ରେଣୁ ବାଳା ମହାନ୍ତି ଙ୍କ ପରଲୋକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ ୧୫/୮ ସ୍ଥାନିୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ବାସିନ୍ଦା ବର୍ତମାନ ବାଲିଛକ ସାହିରେ ରହୁଥିବା ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ବି ଆର ମହାନ୍ତି ଙ୍କ ଧର୍ମପତ୍ନୀ ରେଣୁ ବାଳା ମହାନ୍ତି ଙ୍କ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଜଣେ ଧର୍ମପରାୟଣ ମହିଳା ଭାବେ ସ୍ଥାନିୟ କୁଦିଆରୀ ଓ଼ ବାଲିଛକ ସାହିରେ ପରିଚିତ ଥିଲେ l ସେ ଗତ କିଛିଦିନ ହେଲା ଅସୁସ୍ଥତା କାରଣରୁ ମୁମ୍ବାଇ ର ଏକ ଘରୋଇ ହସ୍ପିଟାଲ ରେ ଚିକିଶ୍ଚିତ ହେଉଥିଲେ l ଆଜି ସଂଧ୍ୟାରେ ତାଙ୍କର ପରଲୋକ ଘଟିଛି l ରାତି ବାରଟା ସୁଦ୍ଧା ତାଙ୍କ ପାର୍ଥିବ ଶରୀର ବାଲିଛକ ସାହି ବାସଭବନ କୁ ଅଣାଯାଇ ଭୋର ଚାରିଟାରେ ପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତିମ ସଂସ୍କାର କରାଯିବ ବୋଲି ଏକମାତ୍ର ପୁତ୍ର ଅମୀୟ ଭୂଷଣ ମହାନ୍ତି, ଟୁଲୁ ଜଣାଇଛନ୍ତି l ଶ୍ରୀମତୀ ମହାନ୍ତି ଙ୍କ ବିୟୋଗରେ ନିଜି ଗାଁ କୁଦିଆରୀ ରେ ଶୋକର ଛାୟା ଖେଳିଯାଇଛି l ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ଗଭୀର ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l

You might also like
error: Content is protected !!