ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।**ଓଡ଼ିଶାରେ ଖୋଲିବ ଆଉ ୪ଟି ମେଡିକାଲ କଲେଜ।ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ହେବ ମେଡିକାଲ କଲେଜ।ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ରହିଛି।ବ୍ରହ୍ମପୁର ମେଡିକାଲ କଲେଜର ଉନ୍ନତି କରାଯାଇ ତାକୁ ଏମ୍ସ ପ୍ଲସ କରିବାକୁ ରହିଛି ପ୍ରସ୍ତାବ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ।ରାଜ୍ୟର ତିନୋଟି ବୃହତ୍ତମ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ହେବରହଣି ବ୍ୟବସ୍ଥା ରୋଗୀଙ୍କ ଆତ୍ମୀୟସ୍ଵଜନଙ୍କ ପାଇଁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ରହଣି ବ୍ୟବସ୍ଥା କରିବେ।ଏଥିପାଇଁ ପ୍ରାୟ ୨ ହଜାର ୨୫୦ ଶଯ୍ୟାର ସୁବିଧା କରାଯାଉଛି।*
