ବ୍ରହ୍ମପୁର,(ବିଚିତ୍ର ସାହୁ):-
ରାମଚଂଦ୍ରପୁର, ଡୁରା ସ୍ଥିତ ବୃଦ୍ଧାଶ୍ରମ ର ରହୁଥିବା ମାଆ ବାପା ମାନଙ୍କୁ ଚାଦର, ଔଷଧ, ବିସ୍କୁଟ ଓ କନ୍ଥା ବଣ୍ଟନ କରାଗଲା। ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ ଅନୁଷ୍ଠାନକୁ ଆର୍ଥିକ ସହୟୋଗ ପ୍ରଦାନ କରିଲେ। ମହିଳା ସଭାନେତ୍ରୀ ଶ୍ରୀମତୀ ସୁନନ୍ଦା ଚୌଧୁରୀ କହିଲେ ପିଲାଙ୍କ ଦ୍ଵାରା ବୃଦ୍ଧ ଓ ନିର୍ଭରଶୀଲ ପିତା ମାତାଙ୍କୁ ଅବହେଳା କରି ଛାଡ଼ି ଦେବା ଏକ ସାମାଜିକ ବ୍ୟାଧି ରୂପେ ବ୍ବଢ଼ି ଚାଲିଛି। ସନ୍ତାନ ମାନେ ବାପା ମା ପ୍ରତି ଦାୟିତ୍ବବାନ ହେବା ଉଚିତ୍। କାରଣ ସେମାନଙ୍କୁ ଆର୍ଥିକ, ଶାରୀରିକ ସାହାଯ୍ୟ ବ୍ୟତୀତ ଭାଵନାତ୍ମକ ସହୟୋଗ ର ଆବଶ୍ୟକତା ଥାଏ। ସମ୍ପାଦକ ଯତୀନ୍ଦ୍ରନାଥ ସାହୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ପରିଚାଳକ କୁ ଧନ୍ୟବାଦ ଜଣାଇଲେ, କୁନା ସାହୁ ହେବ ସେମାନଙ୍କ ପାଇଁ ଆହୁରି କାର୍ଯକ୍ରମ ହାତକୁ ନେବା କହିଲେ। ସଦସ୍ୟ ମାନେ ଅନ୍ତେବାସୀଙ୍କ ସହ କଥା ବାର୍ତ୍ତା ହୋଇ ତାଙ୍କ ମୁହଁରେ ହସ ଦେଖି ସନ୍ତୁଷ୍ଟି ଅନୁଭବ କରିଲେ। ଏହି ସେବା କାର୍ଯ ରେ କୁନା ସାହୁ, ୟତିନ୍ଦ୍ରନାଥ ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ (ରାଜ୍ୟ ଶୋଣ୍ଡିକ ସମାଜ), କାନେଶ୍ୱର୍ ବିଶୋଇ, ଦେବରାଜ ସାହୁ, ସୁ. କୁନା ସାହୁ,ସୁଶାନ୍ତ ସାହୁ,ଶଙ୍କର ସାହୁ, ଭଗଵତୀ ପ୍ରସାଦ ସାହୁ, ସୁନନ୍ଦା ସାହୁ, ଧନଲକ୍ଷ୍ମୀ ସାହୁ, ରଞ୍ଜିତା ସାହୁ, ହରପ୍ରିୟା ସାହୁ, ଦମୟନ୍ତୀ ସାହୁ ଉପସ୍ଥିତ ଥିଲେ।