ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଆମ୍ବପୁଆ ସ୍ଥିତ ବ୍ରହ୍ମପୁର ସିଟି ମହାବିଦ୍ୟାଳୟ ପରିସରରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟନ୍ତ ବାନାର୍ଜୀଙ୍କ ତତ୍ବାବଧାନରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦଙ୍କ ସହଯୋଗରେ ୭୯ତମ ସ୍ଵାଧୀନତା ଦିବସ ଉତ୍ସବ ଉପଲକ୍ଷେ ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅତି ଆନନ୍ଦର ସହିତ ଆୟୋଜନ ହୋଇଅଛି । ସକାଳ ୧୦.୦୦ ଘଣ୍ଟା ସମୟରେ ମହାବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ପରେପରେ ସମସ୍ତେ ତ୍ରିରଙ୍ଗା ପତାକା ହସ୍ତରେ ଧାରଣ କରିଥିଲେ ଏବଂ ଏକ ୨୦୦ ଫୁଟର ବିରାଟ ତ୍ରିରଙ୍ଗା ପତାକା ପଦଯାତ୍ରା ଅଭିଯାନରେ ସାମିଲ୍ କରାଯାଇଥିଲା । ପଦଯାତ୍ରା କଲେଜ ପରିସରରୁ ବାହାରି ପୋଲିସ ରିସର୍ଭ ପଡିଆ ଦେଇ ଆମ୍ବପୁଆ ଗ୍ରାମ ଏବଂ ମେଇନ୍‌ରୋଡ୍,କାଳୀମନ୍ଦିର କ୍ରିଷ୍ଣାବିହାର, ବିବେକବିହାର, ଇନକମ୍‌ଟେକ୍ଟ ଅଫିସ, କେନ୍ଦ୍ରୀୟ ବିଦ୍ୟାଳୟ ଅତିକ୍ରମ କରିବା ମଧ୍ୟରେ ଲୋକମାନଙ୍କୁ ସ୍ଵାଧୀନତାର ମୂଲ୍ୟବୋଧ ସମ୍ପର୍କରେ ସମସ୍ତେ ବୁଝାଇ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ । ରାଷ୍ଟ୍ର ନିର୍ମାଣରେ ପ୍ରତ୍ୟେକ ନାଗରିକଙ୍କ ଅଂଶୀଦାର ରହିବା ତଥା ତ୍ରିରଙ୍ଗା ପତାକାର ସମ୍ମାନ ଓ ମହତ୍ଵ ରଖିବା ସମ୍ପର୍କରେ ମଧ୍ଯ ଛାତ୍ରଛାତ୍ରୀମାନେ ସ୍ଲୋଗାନ ପ୍ରଦାନ ସହ ସଚେତନ କରାଇଥିଲେ । କାର୍ଯ୍ୟକ୍ରମକୁ ଏନ୍.ସି.ସି ଅଫିସର ଲେଫନାନ୍ସ ମେଘନାଦ ପ୍ରଧାନ ପରିଚାଳନା କରିଥିବା ସ୍ଥଳେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁଦାମ ଚରଣ ବିଷୋୟୀ ସହପରିଚାଳନା ଦାୟିତ୍ଵ ତୁଲାଇଥିଲେ । ଏନ୍.ଏସ୍.ଏସ୍ ପ୍ରୋଗ୍ରାମ୍ ଅଫିସର ଶ୍ରୀଯୁକ୍ତ ବାସୁଆ ମୁରଲୀ ଧର ଏବଂ ଡ.ସସ୍ମିତା ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ ।ପରିଶେଷରେ ଏନ୍.ସି.ସି, ୱାଇ.ଆର୍.ସି ଏବଂ ଏନ୍.ଏସ୍. ଏସ୍‌ର ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ଖାଦ୍ୟ ପାନୀୟ ବଣ୍ଟନରେ ସହଯୋଗ କରିବା ସହ ଶାନ୍ତି ଓ ଶୃଙ୍ଖଳାରକ୍ଷା କରିଥିଲେ ।

You might also like
error: Content is protected !!