ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ଆଜି ହର ଘର ତିରଙ୍ଗା ଅଭିଯାନ ଅବସରରେ ଏକ ଉତ୍ସାହ ପୂର୍ଣ୍ଣ ‘ତିରଙ୍ଗା ରାଲି’ ର ଆୟୋଜନ କରାଯାଇଥିଲା । ଏହି ରାଲିରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସ୍ବେଛାସେବୀମାନେ ଏବଂ ସିଭିଲ୍ ଡିଫେନ୍ସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।ତିରଙ୍ଗା ରାଲିହର ଘର ତିରଙ୍ଗା ଅଭିଯାନ ଅବସରରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ‘ତିରଙ୍ଗା ରାଲି’ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍, ଡିଆରଏମ୍ ଭବନ, ସମୀପବର୍ତ୍ତୀ ରେଳବେଇ କଲୋନି ଏବଂ ସିତାରାମ ଛକ ଅଞ୍ଚଳ ମାର୍ଗଦେଇ ଯାତ୍ରା କରିଥିବାବେଳେ ସାଧାରଣ ଲୋକମାନଙ୍କୁ ଦେଶପ୍ରେମର ସଚେତନତା କରିଥିଲା । ଅଂଶଗ୍ରହୀମାନେ ଜାତୀୟ ପତାକା ହାତରେ ଧରି, ଦେଶଭକ୍ତିମୂଳକ ସ୍ଲୋଗାନ୍ ଦେଇ, ଆଗାମୀ ସ୍ୱାଧୀନତା ଦିବସ ପାଇଁ ଏକତା ଓ ଗୌରବର ସନ୍ଦେଶ ପ୍ରସାର କରିଥିଲେ ।ଏହି କାର୍ଯ୍ୟକ୍ରମରେ ରେଳବେଇ ପରିବାର ଓ ସ୍ଥାନୀୟ ଲୋକମାନଙ୍କର ଉତ୍ସାହଭରା ଅଂଶଗ୍ରହଣ ଦେଶପ୍ରେମର ଆତ୍ମାକୁ ପରିପ୍ରକାଶ କରିଥିଲା ।
