ଆଙ୍କୁଲିରେ ଖୋଲିଲା ସାହୁ ଫର୍ଣ୍ଣିଚର ସୋରୁମ ଚଳଚିତ୍ର ଅଭିନେତ୍ରୀଙ୍କ ନାଚ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର,(ବିଚିତ୍ର ସାହୁ):–

ବ୍ରହ୍ମପୁର ଆଙ୍କୁଲି ହାଇସ୍କୁଲ ଛକ ନିକଟରେ ଖୋଲିଲା ସାହୁ ଫର୍ଣ୍ଣିଚୋର ସୋରୁମ ଦୀର୍ଘ 11 ବର୍ଷା ଧରି ବ୍ୟବସାୟ କରି ଆସୁଥିବା ଏହି ପୁରାତନ ଅନୁଷ୍ଠାନ ଏବେ ତାର ଦୋକାନକୁ ବୃଦ୍ଧି କରିଛି…. ଗୋଟିଏ ଛାତ ତଳେ ଉଭୟ ଫର୍ଣ୍ଣିଚର ସହ ଇଲେକ୍ଟ୍ରୋନିକ ଆଇଟମକୁ ଯୋଡ଼ିଛି ସଂସ୍ଥା …. ସୋରୁମ ମାଲିକ ସୌମ୍ୟରଞ୍ଜନ ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା ଯୋଗଦେଇ ସୋରୁମର ଉଦଘାଟନ କରିଥିଲେ …ସମ୍ମାନିତ ଅତିଥି ଭାବେ ଲୋକପ୍ରିୟ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଦିବ୍ୟା ମହାନ୍ତି, ଫେସନ ଡାଇରେକ୍ଟର କରିସ୍ମା ଖାନ, ରାଷ୍ଟ୍ରପତିପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ …. ଆଙ୍କୁଲି ଅଂଚଳରେ ପ୍ରଥମଥର ପାଇଁ ବଡ଼ ଧରଣର ସୋରୁମ ଖୋଲିଥିବାରୁ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଥିଲେ … ଗୋଟିଏ ସ୍ଥାନରେ ଉଭୟ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ସ ଆଇଟମ ମିଳୁଥିବାରୁ ଆଙ୍କୁଲି ଶିଳ୍ପାଞ୍ଚଳବାସୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ … ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଆ ଅଭିନେତ୍ରୀ ଦିବ୍ୟା ମହାନ୍ତି ପ୍ରଥମ ଥର ପାଇଁ ଆଙ୍କୁଲି ଅଞ୍ଚଳରେ ଯୋଗ ଦେଇଥିବାରୁ ଖିସିବ୍ୟକ୍ତ କରିଥିଲେ … ସୋରୁମରେ ଥିବା ବିଭିନ୍ନ ଆଇଟମ ବୁଲି ଦେଖିଥିଲେ …. ଗୋଟିଏ ଛାତ ତଳେ ଉଭୟ ଫୋର୍ଣ୍ଣିଚୋର ସହିତ ଇଲୋକ୍ଟ୍ରୋନିକ୍ସ ଆଇଟମ ଉପଲବ୍ଧ ରହିଥିବାରୁ ଲୋକଙ୍କୁ ଆଉ ବିଭିନ୍ନ ଦୋକାନକୁ ଦୌଡିବାକୁ ପଡ଼ିବନି ବୋଲି କହିଥିଲେ … ଭଲ ଦରରେ କ୍ୱାଲିଟି ଜିନିଷ ମିଳୁଥିବାରୁ ଲୋକଙ୍କ ସମୟ ବଞ୍ଚିବା ସହ ଅଧିକ ଖର୍ଚ୍ଚାନ୍ତରୁ ମଧ୍ୟ ବର୍ତ୍ତୀ ପାରିବେ ବୋଲି କହିଥିଲେ …. ସୋରୁମରେ ଖଟ, ଚେୟାର, ଟେବଲ, ଟିଭି ଷ୍ଟାଣ୍ଡ ଆଦି ବିଭିନ୍ନ ସାମଗ୍ରୀ ସହ ଫ୍ରିଜ, ଟିଭି, କୁଲର, ୱାସିଙ୍ଗ ମେସିନ, ଇନଭୋରେଟର ଭଳି ଇଲେକ୍ରୋନିକ୍ସ ଆଦି ବିଭିନ୍ନ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳୁଛି … ଗ୍ରାହକଙ୍କ ପାଇଁ ଆଉ ଏକ ସୁବିଧା ଏଠାରେ ଉପଲବ୍ଧ ରହିଛି … ପୁରୁଣା ଇଲେକ୍ଟ୍ରୋନିକ ଓ ଫୋର୍ଣ୍ଣିଚୋର ଜିନିଷ ଦେଇ ନୂଆ ଜିନିଷ କ୍ରୟ କାରିପାରିବେ … ପ୍ରତିଟି ଜିନିଷ ଯାହା ମାର୍କେଟ ପ୍ରାଇସ ଠାରୁ କମ ଦରରେ ମିଳିବ ବୋଲି ସୋରୁମ ମାଲିକ ସୌମ୍ୟରଞ୍ଜନ ସାହୁ କହିଛନ୍ତି … କେବଳ ସେତିକି ନୁହଁ, ଗ୍ରାହକଙ୍କ ପାଇଁ କୁପନ ଉଠାଣ ବ୍ୟବସ୍ତା ମଧ୍ୟ ରହିଛି …. ପ୍ରତି ମାସରେ ଲକି କୂପନ ଉଠାଣ ହେବ.. ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଉପହାର ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି … ଫାଇନାନ୍ସର ମଧ୍ୟ ସୁବିଧା ଅଛି .. ଗ୍ରାହକ ଆସି ଏହାର ଲାଭ ଉଠାଇବାକୁ ଶ୍ରୀ ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି … କାର୍ଯ୍ୟକ୍ରମକୁ କାହ୍ନୁ ଚରଣ ରାଉତ ସଂଯୋଜନା କରିଥିଲେ … ପରିଚାଳନାରେ ମାଲିକ ଶ୍ରୀ ସାହୁଙ୍କ ଧର୍ମପତ୍ନୀ ରଶ୍ମିତା ସାହୁ, ସୁବ୍ରତ ବେହେରା, ପୁନମ ଜେନା, ବାଇଚନ୍ଦ ପଟନାୟକ, ପ୍ରିୟା ନାହାକ, ମାମାଲି ବେହେରେ ପ୍ରମୁଖ ସହଯୋଗ କରିଥିଲେ …

Smart Computer Ad
You might also like
error: Content is protected !!