ପବିତ୍ର ରାକ୍ଷୀ ଉତ୍ସବ ପାଳିତ

ଭଞ୍ଜନଗର,10/08/25 (ବବି ରଥ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ନୀଳାଦ୍ରି ବିହାର ଠାରେ ଅବସ୍ଥିତ ଓମଶାନ୍ତି ଭବନ ତଥା ଈଶ୍ୱରୀୟ ମହାବିଦ୍ୟାଳୟ ଠାରେ ପବିତ୍ର ରାକ୍ଷୀ ଉତ୍ସବ ମହାଡ଼ମ୍ବର ରେ ପାଳିତ ହୋଇଛି. ଏହି ପର୍ବ ଲାଗି ବହୁତ ଦିନରୁ ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଙ୍କ ସମେତ ସମସ୍ତ ଭାଇ -ଭଉଣୀ ମିଶି କିଭଳି ଏହି ମହାନ କାର୍ଯ୍ୟକ୍ରମ କୁ ସମସ୍ତ ଅଞ୍ଚଳ ବାସୀ ଙ୍କ ସହ ସମସ୍ତ ସରକାରୀ /ବେସରକାରି ସଂସ୍ଥା ମାନଙ୍କ ପାଖରେ ପହଂଚି ସମସ୍ତ ଉପସ୍ଥିତ ଭାଇ -ଭଉଣୀ ଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ପାଳନ କରିବା ସହ ମୂଖ୍ୟ ଆଶ୍ରମ ମାଉଣ୍ଟ ଆବୁରୁନିମନ୍ତ୍ରଣ ରକ୍ଷା କରି ଆସିଥିବା ରାଜଯୋଗୀ ବି କେ. ରାଜୁ ଭାଇ ଙ୍କ ସହ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦୂନ୍ନ କୁମାର ନାୟକ ସହ ସ୍ଥାନୀୟ ନେତୃ ବୃନ୍ଦ, ସମସ୍ତ ସ୍ଥାନୀୟ ବି କେ. ପରିବାର ଉପସ୍ଥିତ ରହି ପ୍ରଥମେ ରାଜୁ ଭାଇଙ୍କୁ ସ୍ୱାଗତ କରିବା ସହ ସ୍ଥାନୀୟ ଆଶ୍ରମ ର ରାଜଯୋଗିନୀ ଭଉଣୀ ମାନଙ୍କ ସହ ଆଲୋଚନା ପୁଣି ଆଶ୍ରମ ର ଉପର ମହଲା ରେ ନୂତନ ନିର୍ମିତ ଭୋଜନାଳୟ କୁ ବିଧାୟକ ଙ୍କ ସହିତ ଉଦ୍ଘାଟନୀ କାର୍ଯ୍ୟକ୍ରମ ସାରି ଦୁତୀୟ ମହଲରେ ସମସ୍ତ ଓମ ଶାନ୍ତି ପରିବାର ଭିତରେ ଏକ ଭବ୍ୟ ଆୟୋଜନ ରେ ନିଜର ଅନୁଭୂତି ର ବାବା ଙ୍କ ଦିବ୍ୟ ବାଣୀ ଉପସ୍ଥାନ ପୂର୍ବକ ସୁଶ୍ରୀ ଅନୁପମା ରଥ ଙ୍କ ସ୍ୱାଗତ ସଂଗୀତ ର ନୁର୍ତ୍ୟ ରେ ବିଭୋର ହୋଇ ସହ ସନ୍ନମାନିତ କରିଥିଲେ ଉପସ୍ଥିତ ସମସ୍ତ ଙ୍କ ସମ୍ମୁଖରେ. ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ମିଶି ନିଜର ପରିଚୟ ସହ ଈଶ୍ୱର ବିଦ୍ୟାଳୟ ର ଉଦେଶ୍ୟ /ମହତ୍ୱ ସହିତ ସ୍ଥାନୀୟ ଅଞ୍ଚଳ ର ବିକାଶ ଧାରାରେ ଆଶ୍ରମ ର ଭୂମିକା କୁ ଅତି ସୁନ୍ଦର ଭାବେ ବର୍ଣନା କରି ପୁଣି ଥରେ ଆସିବା ପାଇଁ ବାବା ଙ୍କ ପାଦପଦ୍ମ ରେ ନିବେଦନ କରି ଜଗତ ର କଲ୍ୟାଣ ପାଇଁ ସମସ୍ତଙ୍କୁ ମିଶି କର୍ମ କରିବାକୁ ଆହ୍ୱାନ କରିଥିଲେ,ଓମ ଶାନ୍ତି l

ପବିତ୍ର ରାକ୍ଷୀ ଉତ୍ସବ ପାଳିତ

ପବିତ୍ର ରାକ୍ଷୀ ଉତ୍ସବ ପାଳିତ

Smart Computer Ad
You might also like
error: Content is protected !!