ଭଞ୍ଜନଗର,10/08/25 (ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ତନରଡା ଗ୍ରାମ ରେ ଓଡିଶା ତଥା ଭାରତ ରେ ଯଦି ଅବା ଆମ ଜଣାନ୍ତରେ ହଉ କି ପୁସ୍ତକ /ଗ୍ରନ୍ଥ ରେ ଏମିତି କିଛି ମହାନ ମହାପୁରୁଷ ମାନଙ୍କୁ ଏ ମାଟି ଜନ୍ମ ଦେଇଛନ୍ତି ସେମାନଙ୍କ ମଧ୍ୟ ରୁ ସ୍ବର୍ଗତ /ଚିରଶ୍ୱରଣୀୟ ପୂଜ୍ୟ ପୂଜା ଶ୍ରୀ ଶ୍ରୀବତ୍ସ ପଣ୍ଡା ଙ୍କୁ ଅବା କିଏ ନ ଜଣେ. ଯଦି ଅବା ଜାଣିନାହାନ୍ତି କିମ୍ବା ବ୍ୟସ୍ତବହୁଳ ଜୀବନଚର୍ଯ୍ୟ ଭିତରେ ଭୁଲି ଯାଇଛେ ତେବେ ସମସ୍ତେ ଜାଣିବା ସହିତ ଆଗାମୀ ପିଢ଼ି କୁ ଜଣାଇବାକୁ ପଡିବ ସିଏ ଆଉକେହିନୁହନ୍ତି ଆମ ସମସ୍ତଙ୍କ ପ୍ରିୟ ଯିଏ – ଓଡିଶା ର ସର୍ବପ୍ରାଚୀନ ଓ ସର୍ବପ୍ରଥମ ଅନୁଷ୍ଠାନ ଶ୍ରୀବତ୍ସ ଗୋରକ୍ଷାଶ୍ରମ, ସର୍ବପ୍ରଥମେ ଆର୍ଯ୍ୟସମାଜିୟ ବିଚାରଧାରାର ବିଜବପନ ହୋଇଥିଲା, 
ମହର୍ଷି ଦୟାନନ୍ଦ ରଚିତ କାଳଜୟୀ ଗ୍ରନ୍ଥ ସତ୍ୟାର୍ଥ ପ୍ରକାଶ (ଓଡ଼ିଆ ଅନୁବାଦ )ର ଆତ୍ୱ ପ୍ରକାଶ ଘଟିଥିଲା, ଆର୍ଯ୍ୟମାନଙ୍କ ତ୍ରିଥ ଭୂମି ଆଦି ର ପ୍ରାଣ ପ୍ରତିଷ୍ଠାତା ଭାବେ ସୁ ପରିଚିତ. ଏହି ପବିତ୍ର ସ୍ଥାନରେ ଶ୍ରାବଣୀ ଉପା କର୍ମ ପର୍ବ ସର୍ବାଧିକ ମହତ୍ତ୍ୱ ବହନ କରେ. ଦୀର୍ଘ ସାଢେ ଚାରି ମାସ ବ୍ୟାପି ପାଳିତ ହୋଇଆସୁଥିବା ଏହି ପର୍ବର ଅନ୍ୟ ନାମ ରୁଷିତର୍ପଣ ସ୍ୱାଧ୍ୟାୟ ପର୍ବ ଅଟେ. 9ରୁ ୧୬ ଅଗଷ୍ଟ ମାସରେ ସମଗ୍ର ଆର୍ଯ୍ୟ ସମାଜ ପକ୍ଷରୁ ଏହି ପର୍ବକୁ ବେଦ ପ୍ରଚାର -ପ୍ରସାର ନିମନ୍ତେ ପାଳନ କରାଯାଏ. ଏହି ପରିପେକ୍ଷୀ ରେ ସ୍ଥାନୀୟ ଅଞ୍ଚଳ ରେ ସ୍ୱାମୀଜୀଙ୍କ ଉପସ୍ଥିତି ରେ ସମସ୍ତ ଆର୍ଯ୍ୟ ପରିବାର ସହ ଶ୍ରଦ୍ଧାଳୁ ମାନଙ୍କ ଉପସ୍ଥିରେ ଯଜ୍ଞ ସହ ପ୍ରବଚନ, ଗୋସେବା,ଜନମଙ୍ଗଳ କାର୍ଯ୍ୟକ୍ରମ, ପ୍ରସାଦ ସେବନ ସହ ଅନୁଷ୍ଠାନ ର ସୁ ପରିଚାଳନା କୁ ଦୂର ଦୃଷ୍ଟି ରଖି ଆଲୋଚନା / ବିଚାର ବିମର୍ଶ ରେ କାର୍ଯ୍ୟକ୍ରମ କୁ ଯଥାରୀତିରେ ସମାପନ କରାଯାଇଥିଲା l
