ବାଲିଗୁଡା : ୦୯/୦୮:(ସୁକାନ୍ତ କୁମାର ତ୍ରିପାଠୀ)ରାକ୍ଷୀ ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ମାନଙ୍କ ମୁଖ୍ୟ ପର୍ବ ଅଟେ ଯାହା ସାରା ଭାରତରେ ପାଳନ କରାଯାଇଥାଏ |ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଉଥିବାରୁ ଆଜିର ଏହି ଦିନ ଟିକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ |ପୁରାତନ କାଳରୁ ହିଁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି ।ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ
ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ଓ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଭାଇ ଭଉଣୀ ମଧ୍ୟରେ ରହିଥିବା ସଂପର୍କ ତଥା ପ୍ରେମର ଡ଼ୋରୀକୁ ବାନ୍ଧିବାର ପରମ୍ପରା କୁ ରକ୍ଷା ବନ୍ଧନ କୁହାଯାଇଥାଏ । ଯାହାକି ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ଵକୁ ଦୃଢ଼ କରିଥାଏ । ବାଲିଗୁଡା ସହର ତଥା ଆଖପାଖ ଅଂଚଳ ରେ ଆନନ୍ଦ ଉଲ୍ଲାସ ର ସହ ପବିତ୍ର ରକ୍ଷା ବନ୍ଧନ ପାଳିତ ହୋଇଛି |