ଗାୟତ୍ରୀ ପରିବାର ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

ବାଲିଗୁଡା,୦୯/୦୮(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନାରାୟଣ ସେବା କେନ୍ଦ୍ରର ବୃଦ୍ଧାଶ୍ରମ ପରିସରରେ ଗାୟତ୍ରୀ ପରିବାର ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି l ଏହି ଅବସରରେ ଦସା ସ୍ନାନ, ତର୍ପଣ, ଓ ଏକ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ମାଧ୍ୟମରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ କରାଯାଇଥିଲା l ପରେ ପରେ ନିକଟରେ ଥିବା ବି ଏସ ଏଫ ଜବାନ ମାନଙ୍କୁ ମଧ୍ୟ ରାକ୍ଷୀ ବନ୍ଧା ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗାୟତ୍ରୀ ପରିବାର ର ଅନ୍ତର୍ଯ୍ୟାମୀ ବେହେରା, ଲଷ୍ମଣ ମଲ୍ଲିକ, ହରି ନାୟକ,ସନ୍ଦି ମଳିକ, ଅନଳ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

You might also like
error: Content is protected !!