କୁକୁର କାମୁଡାରେ ୧୩ ଜଣ ଆହତ

ବୁଗୁଡ଼ା,୨୬/୦୭(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରେ ଦୁଇ ଦିନ ମଧ୍ୟରେ କୁକୁର କାମୁଡାରେ ୯ ଜଣ ମହିଳାଙ୍କ ସମେତ ୧୩ ଜଣ ଆହତ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାଯାଇଛି। ଗତ ଶୁକ୍ରବାର ଓ ଶନିବାର ଏହି ଦୁଇ ଦିନରେ କୁକୁର କାମୁଡାର ଶିକାର ହୋଇଥିବା ଆହତମାନେ ହେଲେ ସଙ୍କୁରୁ ଗ୍ରାମର ମାଳତୀ ଗୌଡ, ରୋଜା ସାମଲ , ତନୁ ନାଇକ ଓ ଅର୍ଚ୍ଚିତା ନାଇକ, ଘୋଳପୁର ଗ୍ରାମର ଆରତୀ ପ୍ରଧାନ, ଶଙ୍କର ଡାକୁଆ, ପ୍ରୀତି ସେଠୀ ଓ ଗନ୍ଧିଆ ପ୍ରଧାନ, କାନକୁଟୁରୁ ଗ୍ରାମର ଝିଲ୍ଲୀ ବେହେରା , ବାଲିପଦର ଗ୍ରାମର ଲିପି ବେହେରା, କାନସାରଲା ଗ୍ରାମର ଅନ୍ତର୍ଯ୍ୟାମୀ ନାଇକ, ମୋଟାବାଡି ଗ୍ରାମର ବାଲା ଆରୁଖ ଓ ମହୁଲପଲ୍ଲୀ ଗ୍ରାମର ଅଞ୍ଜଳୀ ବିଷୋୟୀ। ଏ ସମସ୍ତ ଆହତଙ୍କୁ ମେଡିକାଲରେ ଆଣ୍ଟି ରେବିଜ୍ ଭେକସିନ୍ ପ୍ରଦାନ ପୂର୍ବକ ଚିକିତ୍ସା କରାଯାଇଛି। ଅନ୍ଯପକ୍ଷରେ ଆତଙ୍କ ସୃଷ୍ଟି କରିଥିବା ଘୋଳପୁର ଗାଁର ଏକ ପାଗଳା କୁକୁରକୁ ଶନିବାର ସକାଳେ ସଙ୍କୁରୁ ଗ୍ରାମରେ ଲୋକେ ପିଟିପିଟି ମାରିଦେଇଥିବା ଜଣାଯାଇଛି।

କୁକୁର କାମୁଡାରେ ୧୩ ଜଣ ଆହତ

You might also like
error: Content is protected !!