ଜଗଦଳପୁର: କାର୍ଗିଲ ବିଜୟ ଦିବସ ଅବସରରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ଉଦ୍ଘାଟନ

ଜଗଦଳପୁର, 26/07/25 [ଇଂ. ରଞ୍ଜନ]: କୁକୁଡାଖଣ୍ଡି ତଥା ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମରେ ଥିବା ଏସ ଶ୍ରୀନିବାସ ପାତ୍ର ପ୍ରତିମୂର୍ତ୍ତି ରେ ଆଜି କାରଗିଲ ବିଜୟ ସହିଦ ଅବସରରେ ସ୍ବର୍ଗତ ଶ୍ରୀ ପାତ୍ର ଙ୍କ ପ୍ରତିମୂର୍ତ୍ତି ରେ ଜନ ପ୍ରତିନିଧି ଙ୍କ ପକ୍ଷ ରୁ ପୁଷ୍ପାମାଲ୍ୟାର୍ପଣ ସହ ଜଗଦଳପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯର ଉଦ୍ଘାଟନ ଉତ୍ସବ ଅନୁଷ୍ଟିତ l ୧୯୯୯ ମସିହାରେ ପୋଡସୀ ପାକିସ୍ତାନ ରାଷ୍ଟ୍ର ସହ ଭାରତର ଯୁଦ୍ଧରେ ଲଢେଇ କରି ଭାରତୀୟ ଯବାନ ମାନେ ପାକିସ୍ତାନ ଏବଂ ଭାରତ ଦେଶର ଶିଖର ଭାଗରେ ବିଜୟଦ୍ବଜା ଜାତୀୟ ପତାକା ଉଡାଇଥିବା ଭାରତୀୟ ବୀରସେନାଙ୍କ ମଧ୍ୟରୁ ବହୁ ସେନା ନିଜ ଜୀବନ କୁ ଉତ୍ସର୍ଗ କରିଥିବା ସେନା ଙ୍କ କଥା ପ୍ରତିବର୍ଷ ଭାରତ ଇତିହାସରେ ଏକ ମହତ୍ ଦିନ ଭାବେ ପାଳିତ ହୋଇଚାଲିଛି | ୧୯୯୯ ମସିହାରେ ଦେଶର ମର୍ଯ୍ୟାଦା ବଡାଇବା ସହ ସୁରକ୍ଷା ଦେବାକୁ ଅପରେସନ୍ ବିଜୟର ସଫଳ ଚୂଡ଼ାନ୍ତ ରୂପ ଧାରଣ କରିଥିଲେ ।

ଜଗଦଳପୁର: କାର୍ଗିଲ ବିଜୟ ଦିବସ ଅବସରରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ଉଦ୍ଘାଟନ

ଏହି ଅପରେସନରେ ଭାରତୀୟ ସଶସ୍ତ୍ର ବାହିନୀ ଜାମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରେ ପାକିସ୍ତାନୀ ସୈନ୍ୟ ଏବଂ ଆତଙ୍କବାଦ ଅନୁପ୍ରବେଶ କରିଥିବା ଅଞ୍ଚଳକୁ ପୁନ ଉଦ୍ଧାର କରିଥିବା ବେଳେ କିଛି ଭାରତୀୟ ସ୍ଥଳସେନା ପାକିସ୍ତାନ ଗୁଳିରେ ନିଜ ଜୀବନ କୁ ଉତ୍ସର୍ଗ କରିଥିବା ସାହସି ସହିଦ ସେନାଙ୍କୁ ଆଜି ପୁରପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମ୍ମାନ ଦେଇଥିବା ବେଳେ ଜଗଦଳପୁର ଗ୍ରାମରେ ଥିବା ସହିଦ ସିଙ୍ଗା ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ରେ ପ୍ରଶାସନ ପକ୍ଷରୁ ଗ୍ରାମରେ ଥିବା ପ୍ରତିମୂର୍ତ୍ତି କୁ ସହସମ୍ମାନ ସହ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ସ୍ବର୍ଗତ ପାତ୍ରଙ୍କ ବିଭାହର କିଛି ଦିନ ମଧ୍ୟରେ ତାଙ୍କୁ କାର୍ଗିଲ ଯୁଦ୍ଧରେ ଯୋଗଦେବା କୁ ଆସିଥିବା ଚିଠି କୁ ସ୍ବର୍ଗତ ପାତ୍ର ସ୍ୱାଗତ ଜଣାଇ ନିର୍ଭିକଭାବେ କାର୍ଗିଲୱାରରେ ଯୋଗଦେଇ ଲଢେଇ କରୁଥିବା ବେଳେ ଶେଷରେ ପାକିସ୍ତାନି ସେନାଙ୍କ ଗୁଳି ବାଜି ଦେଶପାଇଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ତାଙ୍କ ପରିବାର ସମେତ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଏବଂ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ଗ୍ରାମବାସି ଓ ବୋଲ୍ଲବ ଭାଇ ବହୁମୁଖି ସଙ୍ଘ, ଅବସରପ୍ରାପ୍ତ ସେନାଙ୍କ ପକ୍ଷରୁ ପ୍ରତିମୂର୍ତ୍ତି ଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ପୁଷ୍ପମାଲ୍ୟ ଦେଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ଗୁଡ଼ିଆ ବନ୍ଧର ସୌନ୍ଦଯ୍ୟକରଣ, ପଞ୍ଚାୟତ ଲାଇବ୍ରେରୀ, ଧୋବା ସାହି କୋଠଘର, ଅଙ୍ଗନୱାଡ଼ିର ନୂତନ ବିକାଶ ମୂଳକ କାର୍ଯ୍ୟର ଉଦ୍ଘାଟନ କରିଛନ୍ତି ବିଧାୟକ l ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଶ୍ରୀନିବାସ ଙ୍କ ବଡ଼ ଭାଇ ଏସ.କ୍ରିଷ୍ଣାପାତ୍ର କୁକୁଡ଼ାଖଣ୍ଡି ବ୍ଲକ ଉପାଧକ୍ଷା ବିଷ୍ଣୁପ୍ରିୟା ପାତ୍ର,ଜଗଦଳପୁର ସରପଞ୍ଚ କ୍ରାନ୍ତି ଦେବି, ସମିତିସଭ୍ୟ ରବୀନ୍ଦ୍ର ପାତ୍ର, ସନାତନ ସଂଗ୍ରାମ ସିଂ, ଉଦୟ ବେହେରା,ପଞ୍ଚାନନ ସାହୁ ସର୍ଦାର ବୋଲ୍ଲଵ ଭାଇ ବହୁମୁଖି ସଙ୍ଘ ସଭାପତି ରାମ ପାତ୍ରଙ୍କ ସମେତ ବାହୁ ସରପଞ୍ଚ ଏବଂ ବିଭିନ୍ନ ଅନୁଷ୍ଠାନର କାର୍ଯକର୍ତ୍ତା ଉପସ୍ଥିତ ଥିଲେ l

You might also like
error: Content is protected !!