ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭଞ୍ଜନଗର,26.07.25(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ଜରୁରୀ ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆସନ୍ତା କାଲି ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଥାନୀୟ ବ୍ୟବସାୟିକ ସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପ୍ରତିଷ୍ଠିତ ବ୍ୟକ୍ତି ସମୂହ ସହ ଘୁମୁସର ସାମ୍ବାଦିକ ସଂଘଠନ ମାନଙ୍କୁ ନେଇ ଚିରାଚରିତ ପ୍ରଥା ନୁସାରେ ସକାଳ 5.30ମିନିଟ ସମୟରେ ରାମଧୁନ ପରିବେଷଣ ସହ ସମସ୍ତ ସ୍ଥାନୀୟ ଅନୁଷ୍ଠାନ ମାନଙ୍କରେ ସକାଳ 7.30am ରେ ଜାତୀୟ ପତାକା ଉଡାଣସହ କବିସମ୍ରାଟ ଷ୍ଟାଡିୟମ ତଥା ଜୈଲ ଗ୍ରାଉଣ୍ଡ ଠାରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ NCC ର- ଆର୍ମି/ ନେଭାଲ/ଐରଫୋର୍ସ, ସ୍କାଉଟ /ଗାଇଡ଼,ରେଡ କ୍ରସ, ସିଭିଲିୟନ ସମସ୍ତ ଛାତ୍ର/ଛାତ୍ରୀ, ଅଭିଭାବକ ସହିତ ଘୋଷ ପାର୍ଟି ଙ୍କୁ ନେଇ ପରେଡ କାର୍ଯ୍ୟକ୍ରମ 9.15am ମିନଟରୁ ଆରମ୍ଭ କରିବା ସହ – ଦେଶଭକ୍ତି ମନୋରଞ୍ଜନ କାର୍ଯ୍ୟକ୍ରମ ଆଦି କିଭଳି ଭଲଭାବରେ ସମସ୍ତଙ୍କ ସହଯୋଗରେ ହୋଇପାରିବ ତାହା ବିସ୍ତାର ଭାବେ ଆଲୋଚନା କରି ଏହାର ପୂର୍ବ ଖସଡ଼ା ପ୍ରସ୍ତୁତ କରିବାର ସମ୍ପୂର୍ଣ ଦାଇତ୍ୱ ଉପଖଣ୍ଡ ସୂଚନା ଲୋକସମ୍ପର୍କ ବିଭାଗ କୁ ପ୍ରଦାନ କରାଗଲା.

You might also like
error: Content is protected !!