କାର୍ଗିଲ ବିଜୟ ଦିବସ ପାଳିତ

ଭଞ୍ଜନଗର,26/07[ବବି ରଥ]: ଭଞ୍ଜନଗର ଉପଖଣ୍ଡ ଠାରେ ପୁରାତନ ଏକ୍ସ ଆର୍ମି ୟୁନିଅନର ଶାଖା ତଥା ଉପଖଣ୍ଡ ଅବସର ପ୍ରାପ୍ତ ସୈନିକ ସଂଘ,ପରୀତପ୍ତ ଅବସ୍ଥାରେ ପଡ଼ିଥିବା ବହୁ ପୁରାତନ ରୁମ, ଗଲା ପୂର୍ବତନ ସରକାରଙ୍କ ପୂର୍ବ ଅର୍ଥ ମନ୍ତ୍ରୀଙ୍କ କର କମଳରେ ଏକ ନୂଆଁ ନାମ ସହିତ ନୂଆଁ ରୂପରେ ଦଣ୍ଡାୟ ମାନ ହୋଇରହିଛି l ସ୍ଥାନୀୟ ଉପଖଣ୍ଡ ସୂଚନା ଲୋକସମ୍ପର୍କ ବିଭାଗଙ୍କ ପାର୍ଶ୍ଵ ସ୍ଥାନରେ. ଆଜି କାର୍ଗିଲ ବିଜୟ ଦିବସକୁ ସାରା ଦେଶ ପାଳନ କରୁଥିବା ସମୟରେ ସଂଘ ମଧ୍ୟ୍ୟ ଏହି ଦିନଟି କୁ ପାଳନ କରିବାରେ ପଛେଇ ନଥିଲା. ସମସ୍ତ ଉପସ୍ଥିତ ପୂର୍ବ ସେନା କର୍ମଚାରୀ ଜାତୀୟ ପତାକା ଉତ୍ତୋଳନ ସହ କାର୍ଗିଲ ଯୁଦ୍ଧ ସମୟ ରେ ଉପସ୍ଥିତ ଥିବା Hon. FG ଅଫିସର ବିପିନ କୁମାର ବେହେରା, SUB. ସିମାଞ୍ଚଳ ସାହୁ, NB/SUB. ଅଶୋକ କୁମାର ଗୌଡ଼ ଙ୍କୁ ସଂଘ ତରଫରୁ ବୃକ୍ଷ (ବୃକ୍ଷ ହିଁ ଜୀବନ /ମା ପାଇଁ ବୃକ୍ଷ ଟିଏ )ପ୍ରଦାନ କରାଯିବା ସହ ଦେଶପାଇଁ ସହିଦ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା.କାର୍ଗିଲ ବିଜୟ ଦିବସ ପାଳିତ

You might also like
error: Content is protected !!