ଆଇନସେବା ପାଳିଲା ଯୋଗ ଦିବସ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)

ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ,ବ୍ରହ୍ମପୁର ଦ୍ୱାରା ଶନିବାର ଭି.ଭି ଗିରି ମହିଳା ସରକାରୀ ମାଧ୍ୟମିକ ତାଲିମ ବିଦ୍ୟାଳୟ ଠାରେ ଯୋଗ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ ସେବାର ବିଭିନ୍ନ ଯୋଜନା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା l ସେମାନଙ୍କ କର୍ତ୍ତବ୍ୟ ଏବଂ ଅଧିକାର, ବାଲ୍ୟ ବିବାହ କିପରି ରୋକାଯାଇପାରିବ,ଆଇନ ସହାୟତା ନମ୍ବର ୧୫୧୦୦, ଯୋଗର ମୌଳିକ ଉଦ୍ଦେଶ୍ୟ ଆଦି ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି l ସେହିପରି ଗୋଟେ ଛାତ୍ରୀ ହିସାବରେ କିପରି ବେଆଇନ କୁ ରୋକିପାରିବା ଏବଂ ସମାଜରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆଇନର ମାର୍ଗ କିପରି ଆପଣାଇବା,ଯୋଗଦ୍ୱାରା କ’ଣ ଲାଭ ହୁଏ ଆଦି ବିଷୟରେ ପିଲାମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ଆଇନ ସେବା ପ୍ରାଧିକରଣ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଟି.କେ ରେଡ୍ଡୀ l ମୌଳିକ ଅଧିକାର ଏବଂ ବାଧ୍ୟତାମୂଳକ ଶିକ୍ଷା ଉପରେ ଉପସ୍ଥିତ ପିଲାମାନଙ୍କୁ ସବିଶେଷ ତଥ୍ୟ ଦେଇଥିଲେ ଆଇନ ସେବା ପ୍ରାଧିକରଣ ସଦସ୍ୟା ଡ଼ା ମିନାକ୍ଷୀ ଦେବୀ l ସେହିପରି ଯୋଗ ର ପ୍ରାସଙ୍ଗିକତା, ଯୋଗର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ ପିଏଲଏ-ପିୟୁଏସ ସଦସ୍ୟା ସବିତା ସାହୁକାର l ପେନେଲ ଓକିଲ ରାଜେନ୍ଦ୍ର ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ପେନେଲ ଓକିଲ, ପାରାଲିଗାଲ ସ୍ବେଛାସେବୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ l ସେହିଭଳି ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ପାଳନ ହୋଇଯାଇଛି l ତତ ସହିତ ଗଞ୍ଜାମ ଜିଲ୍ଲାର ସମସ୍ତ ତାଲୁକ ଆଇନ ସେବା କମିଟି, ମଣ୍ଡଳ କାରାଗାର ବ୍ରହ୍ମପୁର ସମେତ ଜିଲ୍ଲାର ସମସ୍ତ କାରାଗାର,ବାଲ ସୁଧାର ଗୃହ,ସଖୀ ୱାନ ଷ୍ଟପ ସେଣ୍ଟର ରେ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଯୋଗ ଦିବସ ପାଳନ ହୋଇଯାଇଛି

You might also like
error: Content is protected !!