ରକ୍ତଦାନ ଓ ଯୋଗ ଶିବିର ଅନଷ୍ଠିତ 

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)

ଆସନ୍ତା ଜୁଲାଇ ୧ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି l ଏହି ଅବସରରେ ସ୍ଥାନୀୟ ଜୋନାଲ ଅଫିସ ଓ ମୁଖ୍ୟ ଶାଖାରେ ମେଗା ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା l ଡିଜିଏମ ବ୍ରହ୍ମପୁର ଆଲୋକ କୁମାର ସିଂହା,ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଚିଫ୍ ମ୍ୟାନେଜର ନିରୋଦ ରାଉତ,ଏଜିଏମ୍ ଅମରଜିତ୍ କୁମାର ମହାପାତ୍ର,ଆରଏମ ହରିକୃଷ୍ଣପଣ୍ଡା, ସମେତ କର୍ମଚାରୀ ଏବଂ ସେମାନଙ୍କ ପରିବାର ପ୍ରମୁଖ ରକ୍ତ ଦାନ କରିଛନ୍ତି l ସନ୍ଧ୍ୟା ସୁଦ୍ଧା ୨ଶହ ୟୁନିଟ ରକ୍ତ ସଂଗ୍ରହ ହୋଇଛି l ବଡ ମେଡିକାଲ ଡ ରାମ ଚନ୍ଦ୍ର ମହାପାତ୍ର ଓ କର୍ମକର୍ତ୍ତା ଏହାକୁ ପରିଚାଳନା କରିଥିଲେ l ପ୍ରଶାସନିକ କାର୍ଯ୍ୟାଳୟ ଶିବିରକୁ ଅୟୋଜନ କରିଥିବା ବେଳେ ସକାଳେ ଯୋଗ ଶିବିରର ଆୟୋଜନ ହୋଇଥିଲା l ଏଥିରେ କର୍ମକର୍ତ୍ତା ଭାଗନେଇଥିଲେ

You might also like
error: Content is protected !!