ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):
ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପିପୁଲ୍ସ କଲେଜରେ ଅଧ୍ଯକ୍ଷ ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଆୟୋଜିତ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତାପସ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଓ ଅଧ୍ୟାପକ ସୁଶାନ୍ତ କୁମାର ସାହୁ,କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର,ଓ ଶ୍ରୀନିବାସ ଦୋରା ଯୋଗ ଦେଇ ଯୋଗର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟପକ୍ଷରେ ବୁଗୁଡା ପଞ୍ଚାୟତ ସମିତି ଓ ଏନ୍ଏସି ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଡିଓ ଧର୍ମରାଜ ପରିଡା ଓ କାର୍ଯ୍ଯନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ପାଳିତ ଏକାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାମୁହିକ ଯୋଗାଭ୍ଯାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜରେ ସୁସ୍ଥ ରହିବା ପାଇଁ ଯୋଗାସନର ଗୁରୁତ୍ୱ ଉପରେ ଅଧିକାରୀ ମାନେ ଆଲୋଚନା କରିଥିଲେ।