ଭୋଜି ଖାଇବାକୁ ଯାଇଥିଲେ, ଫେରିବା ବାଟରେ ବାଇକ୍‌ ସହ ମୁହାଁମୁହିଁ; ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଆର,ଉଦୟଗିରି(ମନୋଜ ପାଢୀ):-

-ବନ୍ଧାଗୁଡା ଗ୍ରାମକୁ ଏକ ଭୋଜି ଖାଇବାକୁ ଯାଇ ଫେରୁଥିବା ବେଳେ ଏକ ବାଇକ୍‌ ଧକ୍କାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଯୁବକ ଫେରାର ହୋଇଯାଇଛନ୍ତି। ଖବରରୁ ଜଣାପଡିଛି , ଏଣ୍ଡ୍ରିମା ଗ୍ରାମର ଭୀମ ମଳିକ (୬୨) ଓ ସ୍ତ୍ରୀ କାରିମାଙ୍ଗା (୪୭) ଘରୁ ବାହାରି ବନ୍ଧାଗୁଡା ଗ୍ରାମକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଏକ୍ସଏଲ ଗାଡ଼ିରେ ଗାଁକୁ ଫେରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଏକ ଆରୱାନ ଫାଇବ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍ବାମୀ ସ୍ତ୍ରୀ ଉଭୟେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଭୀମଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ କାରିମାଙ୍ଗାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।

You might also like
error: Content is protected !!