ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀରେ ସାମ୍ବାଦିକ ଭବନ ତଥା ସାମ୍ବାଦିକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି |ସ୍ଥାନୀୟ ବଡ଼ ନୂଆ ଗାଁ ଠାରେ ସବ -ରେଜିଷ୍ଟ୍ରର କାର୍ଯ୍ୟାଳୟ ନିକଟରେ ଏହି ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ | ଜଟଣୀ ବିଧାୟକଙ୍କ ପାଣ୍ଠିରୁ ଅନୁଦାନ ମିଳିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି |ଆଜିର
କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୁତି ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ପୌର ଅଧକ୍ଷ ଅନନ୍ତ ବେହେରା, ସାଂସଦ ପ୍ରତିନିଧି ସତୀଶ ଶର୍ମା ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ |ଏହି ଅବସରରେ ସମସ୍ତ ଅତିଥି ଏବଂ ଅନ୍ୟମାନେ ବୃକ୍ଷ ରୋପଣ କରିଥିଲେ |ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁ, ଈଶ୍ୱର ସାମନ୍ତରାୟ, ମହମ୍ମଦ ଇସ୍ମାଇଲ ଅଲ୍ଲୀ, ଶ୍ରୀକାନ୍ତ ପ୍ରଧାନ, ସାଦ୍ଦିକ ଅଲ୍ଲୀ, ଶ୍ରୀକାନ୍ତ ପରିଜା, ସଜ୍ଜନ ଅଗ୍ରୱାଲ, ସତ୍ୟପ୍ରକାଶ, ସଂଗ୍ରାମ ହୋତା, ଅମରେଶ ରାଉତରାୟ, ରବୀନ୍ଦ୍ର ମହାକୁଡ଼, ହୃଦାନନ୍ଦ କୋଦମାସିଂହ, ସନ୍ତୋଷ ବାରିକ,ବିଟୁ ମହେଶ, ନିରଞ୍ଜନ ବେହେରା, ଲଳିତ ମହାରଣା, ବିଶ୍ୱଜିତ ସାମନ୍ତରାୟ , ମହେନ୍ଦ୍ର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ |ଏହି ଭବନ ନିର୍ମାଣ ପାଇଁ ଆସନ୍ତା ଦିନରେ ଯାହା ସହଯୋଗ ଆବଶ୍ୟକ ପଡିବ ଯୋଗାଇଦେବାକୁ ଉଭୟ ବିଧାୟକ ପ୍ରତିଶୃତି ଦେଇଥିଲେ