ଏଡିଏସ ଡାନ୍ସ ଷ୍ଟୁଡିଓ ତରଫରୁ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

ବ୍ରହ୍ମପୁର,(ବିଚିତ୍ର ସାହୁ)

ଗୋଳନ୍ଥରା ଚଟି ଷ୍ଟେସନ ରୋଡ ସ୍ଥିତ ଏ ଡି ଏସ ଡାନ୍ସ ଷ୍ଟୁଡିଓ ତରଫରୁ ଆୟୋଜିତ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିରଭୈରବୀ ମୁଖ୍ୟ ପ୍ରବେଶ ଦ୍ଵାର ନିକଟ ପଡ଼ିଆରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଆକର୍ଷଣ ଭାବେ ଖ୍ୟାତନାମା ନୃତ୍ୟ ଶିଳ୍ପୀ କ୍ରିଷ୍ଣା ରେଡ୍ଡୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୀତା ନାୟକ, ମମତା ପାଢ଼ୀ, ବାବୁ ଗୌଡ଼, ଆନନ୍ଦ ରାଉଳ, ସାଧନା ପାଢ଼ୀ, ପ୍ରଶାନ୍ତ ସାହୁ, ଗୋପାଳ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଗଞ୍ଜାମ ଟୋକାଓ ଟିମ୍, ବ୍ରହ୍ମପୁର ଭାଇନା ସତ୍ୟ, ଚାନ୍ଦିନୀ ପ୍ରଧାନ, ରେଶ୍ମା ଚୌଧୁରୀ, ଖୁସି ପ୍ରଧାନ, ସମୀର, ଚିନୁ ପ୍ରମୁଖ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ୱୀଙ୍କେଲ ଗମାଙ୍ଗୋ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ । ଡାନ୍ସ ଷ୍ଟୁଡିଓ ମୁଖ୍ୟ ଶଙ୍କର ରାଉଳଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉମାକାନ୍ତ ସେଠୀ, ବାବୁଲି ଜେନା, ବଳରାମ ସାହୁ, ସାହିଲ୍ ରାଉଳ ଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ

You might also like
error: Content is protected !!