ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ଗଞ୍ଜାମ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଆଜି ସକାଳ ୧୧ ଘଣ୍ଟିକା ସମୟରେ ପୁରୁଷୋତ୍ତମପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ପୁରୁଷୋତ୍ତମପୁର ବ୍ଲକର ସମ୍ପାଦକ ସତ୍ୟନାରାୟଣ ମହାପାତ୍ରଙ୍କ ସଂଯୋଜନା ରେ ପୁରୁଷୋତ୍ତମପୁର ବ୍ଲକ ଯୋନ୍ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲାଲ ପତାକା ଉତ୍ତ୍ୱଲନ କରିଯାଇଥିଲା ତାପରେ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ଼ି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସିପିଆଇ ସହ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲାର ସମ୍ପାଦକ ପ୍ରକାଶ ପାତ୍ର,ସେହିପରି ଅଖିଳ ଭାରତ ମଯଦୁର ସଂଘର ରାଜ୍ୟ ଯୁବ ସମ୍ପାଦକ ପ୍ରଦୀପ ସେଠୀ,ଏ ଆଇ ଏସ ଏଫ ରାଜ୍ୟ ସମ୍ପାଦକ କାମଦେବ ନାହାକ,ଅଖିଳ ଭାରତ ଉତ୍କଳ ମହିଳା ସଂଘର ସମ୍ପାଦିକା ଭାନୁମତି ରେଡ଼ି,ଅଖିଳ ଭାରତ ମଜଦୁର ସଂଘର ପୁରୁଷୋତ୍ତମପୁର ବ୍ଲକର ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ l ପୁରୁଷୋତ୍ତମପୁର ଅଞ୍ଚଳର ଜଣାଶୁଣା କମ୍ରେଡ ତ୍ରିନାଥ ମହାରଣାଙ୍କ ନାମରେ ଶୋକସଭା,ଏବଂ ନୀରବ ପାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଉକ୍ତ ବୈଠକର ଉଦେଶ୍ୟ ରାଜ୍ୟ ସ୍ତରୀୟ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପାଇଁ ସଦସ୍ୟ ସଂଖ୍ୟାକୁ ବୃଦ୍ଧି କରେଇ ସିପିଆଇ ପାର୍ଟିକୁ ମଜବୁତ କରି ବିରୋଧୀ ଦଳକୁ ମୁକାବିଲା କରି ଜନସାଧାରଣଙ୍କର ନାର୍ଯ୍ୟ ଦାବୀକୁ ପୂରଣ କରିବା ଦାଦୀକୁ ଓଡିଶା ଓ କେନ୍ଦ୍ର ସରକାର ଉପରେ ଚାପ ପକାଇ ଦାବୀ ହାସଲ କରିବା ବୋଲି ଉପସ୍ଥାପନା କରିଥିଲେ l ସେହିପରି ପୁରୁଷୋତ୍ତମପୁର ବ୍ଲକରେ ୧0 ଜୋନ ରୁ ୧୫ କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା | ଜିଲ୍ଲା ଏବଂ ପୁରୁଷୋତ୍ତମପୁର ବ୍ଲକରେ ୫00 ଜଣ ସଦସ୍ୟ ସଂଗ୍ରହ କରିବା ପାଇଁ ଶପଥ ନେଇଥିଲେ l କେନ୍ଦ୍ର ଓ ରାଜ୍ୟ ଓଡିଶାରରେ ଡବଲ ଇଂଜିନ ସରକାର ଚାଲିଚି ବର୍ତମାନ ଓଡ଼ିଆ ଅସ୍ମିତା କହି ବିଜେପି ସରକାର ଆସି ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଜନତାକୁ ଠକିଚି,ତେଣୁ ଆଗାମୀ ଦିନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ ରାସ୍ତାକୁ ଆସି ଏହାକୁ ଦୃଢତାର ସହ ବିରୋଧ କରିବାକୁ ସଂକଳ୍ପ ନେଇଥିଲେ