ଉଦ ଯାପିତ ହେଲା ପୁରୁଷୋତ୍ତମପୁର ସହର ରେ ଦୀର୍ଘ ଏକ ମାସ ଧରି ଚାଲିଥିବା ପଞ୍ଚ ଠାକୁରାଣୀ ଯାତ୍ରା,

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):-

ଗଞ୍ଜାମ ଜିଲା ପୁରୁଷୋତ୍ତମପୁରସହର ରେ ଏକ ମାସ ଧରି ଚାଲିଥିବା ଦ୍ୱି ବାର୍ଷିକ ପ୍ରସିଦ୍ଧ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶେଷ ହୋଇଯାଇଛି | ଭକ୍ତ ମାନେ ମା’ ପଞ୍ଚ ଠାକୁରାଣୀ ତଥା କନକା, କାଳୁଆ, ତାରାତାରିଣୀ,କାଳୀ ଓ ଫୁଲ ସୁନ୍ଦରୀଙ୍କୁ ବଡ଼ବଜାର ସ୍ଥିତ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିବା ସହ ଯାତ୍ରା ପଡ଼ିଆରେ ବୁଲି ଦୋଳି, ମିନା ବଜାର ଏବଂ ଯାତ୍ରା ମହଲ ର ମଜା ନେଇଛନ୍ତି। ଯାତ୍ରା ଅବସରରେ ପ୍ରତ୍ୟେକ ସାହିରେ ବିଭିନ୍ନ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ତୋରଣ କରିବା ସହିତ ଖାଦ୍ୟ ବଣ୍ଟନ କରାଯିବା ଦ୍ଵାରା ବିନା ଖର୍ଚ୍ଚ ରେ ଲୋକେ ପ୍ରତ୍ୟୋକ ସାହିରେ ଶାନ୍ତି ଶୃଙ୍ଖଳା ର ସହିତ ଲୋକ ମାନେ ଧାଡି ବାନ୍ଧି ପ୍ରସାଦ ସେବନ କରିବାର ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଥିଲା | ତତ ସହିତ ଅନେକ ସ୍ଥାନରେ ସାଧା ବିରିୟାନୀ, ଆଇସକ୍ରିମ, ପନିର ରୋଲ,ଉପମା ଗୁଗୁନି,ଦହିବରା, ଡାଲମା ଭାତ, ପଲାଉ, ସେମିୟା,ହାଲୁଆ, ଚାଉମିନ, ଫ୍ରୁଟି,ଖିରୀ, ଦହି ବୁନ୍ଦିଆ ଏମିତି ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ବିନା ଖର୍ଚ୍ଚ ରେ ଭକ୍ତ ମାନେ ଯାତ୍ରା ଉପ ଭୋଗ କରିଛନ୍ତି | ବଜାର କମିଟି ପକ୍ଷରୁ ମଧ୍ୟ ବିଭିନ୍ନ ରକମ ର ଖାଦ୍ୟ ବଣ୍ଟନ କରାଯାଇଛି। ମାନସିକଧାରୀ ମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ବୁଲୁଥିବା ଦେଖିବାକୁ ମିଳିଛି।ଗତ କାଲି ସକାଳେ ପ୍ରଥମେ ଯାତ୍ରା କମିଟିଏବଂ ବଣିକ ସଙ୍ଘ ତରଫରୁ ଏଣ୍ଡି ହାଇସ୍କୁଲ ପଡିଆରେ ହୋଉଥିବା ଅର୍ଣ୍ଣ, ପ୍ରସାଦ ବିତରଣ ନିମନ୍ତେ ବିରାଟ ପଟୁଆର ରେ ମାଆଙ୍କଫୁଲ ମାଳ ନେଇ ନିମନ୍ତ୍ରିତ ହୋଇଥିବା ଖଲ୍ଲିକୋଟ ବିଧାୟକ ପୂର୍ଣ ଚନ୍ଦ୍ର ସେଠୀଙ୍କ ସହିତ ଯାତ୍ରା ଅଧିକାରୀ ରମାକାନ୍ତ ଦାସ, ଯାତ୍ରା ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ପାତ୍ର, ରବୀନ୍ଦ୍ର ଦାଶ,ତ୍ରିନାଥ ସାହୁ, ସୀମା ପଣ୍ଡା,କାର୍ଯ୍ୟକାରୀ ସଭାପତି ଦୁର୍ଗା ଚରଣ ଦାସ ଏବଂ ସମସ୍ତ ଯାତ୍ରା କମିଟି ସଦସ୍ୟ ଏବଂ କପିଳେଶ୍ୱର ବଣିକ ସଂଘ ର ସମସ୍ତ ସଦସ୍ୟ, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଳକ ଅଧକ୍ଷା ପିଙ୍କି ବେହେରା, ପୂର୍ବତନ ନଗର ପାଳ ବାସୁଦେବ ମହାପାତ୍ର, ବିଜେପି ନେତା ଯଂଜ୍ଞ ନାରାୟଣ ଦାଶ,ଯୁବନେତା ସୀତାରାମ ପାଣିଗ୍ରାହୀ, ହିରୋ ସୋରୁମ ମାକିକ ଅଶୋକ ସାମନ୍ତରା ଏସ୍ଡ଼ିପିଓ ଡ଼ଃ ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ରାଜେଶ ନାୟକ , ସମାଜ ସେଵୀ ନିର୍ମକ ଚନ୍ଦ୍ର ସାହୁ,ବ୍ଳକ ଅଧକ୍ଷ ପ୍ରତିନିଧି ଜଗତ ପଣ୍ଡା, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା , ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା,ଓକିଲ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼, ଯାତ୍ରା କମିଟିର ସମସ୍ତ ସଦସ୍ୟ ଏବଂ ସହର ବାସୀଉପସ୍ଥିତ ରହି ପଞ୍ଚଠାକୁରାଣୀ ଙ୍କୁ ନରସିଂହ ଦାସ ହାଇସ୍କୁଲ ପଡିଆ କୁ ପାଛୋଟି ନେଇଥିଲେ | ସେଠାରେ ପଞ୍ଚ ଠାକୁରାଣୀ ଙ୍କୁ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚନା ସହିତ ଅନ୍ନଭୋଗ କରି ନୈବେଦ୍ୟ ଦେଇଥିଲେ | ଏବଂ ଆରାତ୍ରିକ ପରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଠାକୁରାଣୀ ଙ୍କ ପାଖେ ଜଗତ, ବିଶ୍ୱ ଓ ସହର, ଏବଂ ବ୍ଳକ ବାସୀଙ୍କ ମଙ୍ଗଳ କାମନା କରିପ୍ରଣିପାତ କରି ଥିଲେ | ନିମନ୍ତ୍ରିତ ବ୍ୟକ୍ତି ବିଶେଷ ଙ୍କୁ ଯାତ୍ରା କମିଟି ଓ ବଜାର କମିଟି ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ତାହାପରେ ମାଗଣା ଅନ୍ନ ପ୍ରସାଦ ଅତିଥି ଓ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା |ଏହା ପରେ ପ୍ରତ୍ୟେକ ସାହିର ବିଭିନ୍ନ ପ୍ରକାର ପୌରାଣିକ ନାଟକ-ରାମାୟଣ, ଭାରତ ଲୀଳା, ବାର ମାସି ଦଣ୍ଡନାଚ, ରାଧା ପ୍ରେମଲୀଳା, ପ୍ରହଲ୍ଲାଦ ନାଟକ ସହିତମେଲୋଡି, ଅପେରା, ଦୋଳି, ମିନା ବଜାର ଏବଂ କଳାକୁଞ୍ଜ ମେଢ଼ ଦେଖି ବହୁତ ଖୁସି ହୋଇଥିଲେ | ଏବଂ ବିଭିନ୍ନ ଖୋଲାଯାଇଥିବା ମନୋହର ପସରା ସହିତ ଚଟା ପଟ ଖାଦ୍ୟର ମଜା ନେଇଥିଲେ | ପରେ ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଅନିଲ ପଣ୍ଡା, ପ୍ରଭୁତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ପଞ୍ଚ ଠାକୁରାଣୀ ଙ୍କ ଆଶୀର୍ବାଦ ନେଇଥିଲେ |ତତ ସହିତ ସ୍ଥାନୀୟ ନେତା, ସନ୍ତୋଷ ପଣ୍ଡା,ସୁରେଶ ମହାନ୍ତି ,ମନୋଜ ଗୌଡ଼,ସ୍ଥାନୀୟ କାଉନସିଲ ୱାର୍ଡ ନଂ ୧ ଭବାନୀ ଶଙ୍କର ନାୟକ,୨ ସାମ୍ବାଦିକ ତଥା କାଉନସିଲର ଭାସ୍କର ବେହେରା,୩ କେ. ପ୍ରମୋଦ କୁମାର ଆଚାରି ୯. ଲିଙ୍ଗରାଜ ବେହେରା,ପ୍ରତିନିଧି ବିଶ୍ବଭୂଷଣ ମହାପାତ୍ର,ବିପ୍ର ବେହେରା କାହୁଁ ଚରଣ ତ୍ରୀପାଠୀ,ରଞ୍ଜନ ବେହେରା,ଲୋକନାଥ ବେହେରା ଙ୍କ ସମେତ ପୁରୁଷୋତ୍ତମପୁର ସହର ର ବହୁ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇମାଆଙ୍କ ଆଶୀର୍ବାଦ ନେଇଥିଲେ ଏହା ପରେସନ୍ଧ୍ୟ ଆଠ ଘଣ୍ଟ ପରେ ବାଣ ଯାତ୍ରା ପାଇଁ ବିରାଟ ପାଟ ପଟୁଆରରେ ହାଇସ୍କୁଲ ପଡିଆକୁ ଯାଇ ସେଠାରେ ବିଭିନ୍ନ ପ୍ରକାର ବାଣ ଯାତ୍ରା ଦେଖି ଥିଲେ | ଏହି ଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଲୋକ ଙ୍କ ଜନ ସମାଗମ ଦୃଶ୍ୟ ଦେଖିବାକୁ ମିଳିଥିଲା ରାତ୍ରି ରେ ବାଣ ଯାତ୍ରା ସରିବା ପରେ ପଞ୍ଚ ଠାକୁରାଣୀ ପୁଣି ନଗର ପରିଭ୍ରମଣ କରି ନିଜ, ନିଜର ଶାଶୁ ଘରକୁ ଫେରିବା ବେଳର ଦୃଶ୍ୟ ସମସ୍ତ ଙ୍କ ଆଖିରେ ଏବଂ ମାଆଙ୍କ ଆଖିରେ ଲୁହ ଭରି ଦେଇଥିଲା | ତାର କାରଣ ଶାଶୂଘରୁ ବାପ ଘରକୁ ଆସି ରହିଥିବା ଓ ସବୁ ସାହୀକି ବୁଲି ଯିବା ରେ ଯେଉଁ ଆନନ୍ଦ ତାହା କୁ ପଞ୍ଚ ଠାକୁରାଣୀ ଏବଂ ଜନ ସାଧାରଣ, ଭକ୍ତ ମାନେ ପାସୋରି ପାରୁ ନଥିଲେ | ତେବେ ବିଧିର ବିଧାନ କୁ କିଏ ଅବା ବିଡମ୍ବନା କରି ପାରିବ ସେମାନେ ନିଜ ଶାଶୁ ଘରକୁ ଯିବାକୁ ହିଁ ପଡିବ ତେଣୁ |ପାହାନ୍ତିଆ ସମୟରେ ପଞ୍ଚ ଠାକୁରାଣୀ ନିଜ ନିଜ ସ୍ଥାୟୀ ମନ୍ଦିର ତଥା ଶାଶୁ ଘରକୁ ଫେରି ଯାଇଥିଲେ, ଶେଷରେ ରାତି ସାରା ପଞ୍ଚ ଠାକୁରାଣୀ ଙ୍କ ସାଙ୍ଗରେ ବୁଲୁଥିବା ଭକ୍ତ ମାନେ ନିଜ ନିଜ ଘରକୁ ଦୁଃଖ ମନରେ, ଲୁହ ଭିଜା ଆଖିରେ ଫେରି ଥିଲେ | ଜୀବନରେ ଥିଲେ ପୁଣି ଦୁଇ ବର୍ଷ ରେ ଏହି ଯାତ୍ରା ଅନୁଷ୍ଠିତ ହେବ |

You might also like
error: Content is protected !!