ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):

ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଲାମୁଣ୍ଡଳା ଠାରେ ୧୩ ଗୋଟି ଧାନ କ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବୁଗୁଡ଼ା ଓ ପୋଲସରା ବ୍ଲକରେ ହେବାକୁ ଥିବା ୧୩ ଗୋଟି ଧାନ କ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ଯ କରିଥିଲେ। ଦେଶକୁ କୃଷି ପ୍ରଧାନ ଦେଶରୁ କୃଷି ସମୃଦ୍ଧ ଦେଶରେ ପରିଣତ କରିବା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବଦା ତତ୍ପର ରହିଥିବା ବେଳେ ଏହି ପ୍ରୟାସକୁ ଆହୁରି ସୁଦୃଢ କରିବା ପାଇଁ ଆଜି ବୁଗୁଡ଼ା ବ୍ଳକର ବି.କରଡାବାଡି, ଗୋଲିଆ, ଅନ୍ତରପଡା, କରଚୁଲି, ମୋଟାବାଡି, ବିରଞ୍ଚିପୁର, ପାଙ୍ଗିଡି, ଖୋଳଖାଳି, ବାଲିପଦର, ବୁଗୁଡ଼ା, ଗୋଳାବନ୍ଧ ପ୍ରଭୃତି ୧୧ ଗୋଟି ଗ୍ରାମରେ ଧାନ କେନ୍ଦ୍ର ଗୁଡିକରେ ଅତ୍ୟାଧୁନିକ ସୁବିଧା ସହିତ, ଚାଷୀଙ୍କ ବିଶ୍ରାମ, ଧାନର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇ କରାଯିବାର ବ୍ଯବସ୍ଥା ରହିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ସମିତି ନିର୍ଦ୍ଦେଶକ ନନ୍ଦିନୀ ଭୂୟାଁ, ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ପୂର୍ବତନ ନିର୍ଦ୍ଦେଶକ ରବିନ୍ଦ୍ର ପରିଡ଼ା, ନଗର ସଭାପତି କେଦାରନାଥ ମହାରଣା, ହରିହର ସାହୁ, ଆତ୍ମାର ଅଧ୍ୟକ୍ଷ ସନ୍ତୋଷ ସାହୁ, ବସନ୍ତ ସାହୁ, ବସନ୍ତ ସାମଲ, ବବୁଲ ନାୟକ, ମଦନ ଗୋପାଳ ଦୋରା, ପୋଲସରା ପୂର୍ତ୍ତବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ ସତ୍ଯରଞ୍ଜନ ପରିଡା, ସହକାରୀ ଯନ୍ତ୍ରୀ ରାମକୃଷ୍ଣ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ପୃଷ୍ଠି ସମେତ ବୁଗୁଡ଼ା ସମବାୟ ସମିତିର ସମସ୍ତ ସମ୍ପାଦକ ଉପସ୍ଥିତ ଥିଲେ

You might also like
error: Content is protected !!