ରାମଗିରି ବନାଞ୍ଚଳ ତରଫରୁ ଆଜି ବିଶ୍ବ ପରିବେଶ ଦିବସ ପାଳିତ ।

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତିଜିଲ୍ଲା ରାମଗିରି ବନାଞ୍ଚଳ ଅଧିକାରୀ ପିୟୂଷ ପଟନାୟକଙ୍କ ଅଧ୍ୟକ୍ଷତାରେ ରାମଗିରି ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ପରିବେଶ ଦିବସ ୨୦୨୫। ଏହି କାର୍ଯ୍ୟକ୍ରମରେ ରା ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣଶବର ,ଜିଲ୍ଲାପରିଷଦ ଦଣ୍ଡପାଣି ବଡମୁଣ୍ଡି,ସ୍ଥାନୀୟ ସରପଞ୍ଚ ,ପୂର୍ବତନ ଜିଲ୍ଲାପରିଷଦ ତାରିଣୀ ଚରଣ ଗୈାଡ ଓ ଅଧ୍ୟାପକ ବାୟାଧର ବଡକୁମର ମଞ୍ଚାସୀନ ଥିବାବେଳେ ପଞ୍ଚାୟତର ଆଶା,ଅଙ୍ଗନୱାଡ଼ି,ସିଆରପି ଓ କୃଷିମିତ୍ରଙ୍କ ସହ ଆଞ୍ଚଳିକ ବନଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତଥିଲେ। ପରିବେଶ ସୁରକ୍ଷା ତଥା ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ବଦେଇ ମଞ୍ଚାସୀନ ଅତିଥିଗଣ ନିଜ ନିଜର ଅବିଭାଷଣ ରଖିଥିଲେ। ପରେ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ପରିଶେଷରେ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରୁ ଶିବ ମନ୍ଦିର ଯାଏଁ ସ୍ବଛ୍ଛ ଭାରତ ତଥା ସଫେଇ କର୍ଯ୍ୟକ୍ରମ କରାଯାଇଥିଲା। ଏଇ କାର୍ଯ୍ୟକ୍ରମକୁ,ବନପାଳ ବିଭିଷଣ ଭୁୟାଁ ଓ ବନରକ୍ଷୀ ପରିଚାଳନା କରିଥିବାବେଳେ,ଜିରାଙ୍ଗ ବନପାଳ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!