ମୋହନା ବନବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ଆଡମ୍ବର ପାଳନ

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତି ଜିଲା ମୋହନା ଏବଂ ଚନ୍ଦ୍ରଗିରି ବନ ବିଭାଗ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ଆଡମ୍ବର ସହ ପାଳନ ହୋଇଛି। ଏହି ଦିବସରେ ବନ ବିଭାଗ ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଥିବା ଦୁଇଟି ପର୍ଯ୍ୟଟନ ସ୍ଥଳ ଖସଡ଼ା ଏବଂ ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସର ସଫେଇ ସହ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବତ୍କୃତା ପ୍ରତିଯୋଗିତା କରି ପୁରସ୍କାର ବଣ୍ଟନ କରିବା ସହ ପରିବେଶବିତ୍ତ ମାନଙ୍କୁ ତାଙ୍କର ପରିବେଶ ପ୍ରତି ଅବଦାନ ଥିବା ଦେଖି ଡ. ଅନନ୍ତ ରାମ କର, ତ୍ରିନାଥ ବିଶୋୟୀରତ୍ନ, ସ୍ଥାନୀୟ ତିବତିଆନ ଗୁରୁଜୀ ଙ୍କୁ ମଧ୍ୟ ବନ ବିଭାଗ ପୁରସ୍କୃତ କରିଥିବା ଦେଖିବାକୁ ମିଳିଛି। ଆଜିର ଏହି ବିଶ୍ଵ ପରିବେଶ ଦିବସ ରେ ଗଜପତି ଜିଲ୍ଲା ପକ୍ଷରୁ ଅନୁଷ୍ଠିତ ହେବା ସହ ସ୍ଥାନୀୟ ଅଞ୍ଚଳ ର ଲୋକଙ୍କୁ ଏକାଠି କରି ପରିବେଶ ସମ୍ବନ୍ଧୀୟ ବୃକ୍ଷ ରୋପଣ ସଙ୍ଗେ ସାଧାରଣ ସଚେତନତା ସଭା ମଧ୍ୟ ଅନୁଷ୍ଠିତ କରାଇ ଲୋକଙ୍କୁ ପରିବେଶ ସମ୍ପର୍କରେ ବୁଝାଇଥିଲେ। ଏହି ବୈଠକରେ ମୋହନା ବନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ଚନ୍ଦ୍ରଗିରି ବନ ଅଧିକାରୀ ବିନୟ କୁମାର ବୁର୍ହା, ଚନ୍ଦ୍ରଗିରି ଫରେଷ୍ଟର ସନ୍ତୋଷ କୁମାର ରଥ, ଭିଷ୍ମଗିରି ଫରେଷ୍ଟର ଦେବାଶିଷ ଶତପଥୀ, ସୁନିଲ କୁମାର ମଣ୍ଡଳ, ବାରିକ ବେହେରା, ଲକ୍ଷ୍ମୀ କାନ୍ତ ପାତ୍ର, ସନ୍ତୋଷ କୁମାର ପାଣିଗ୍ରାହି, ରମାକାନ୍ତ ରଇତ, ଦୁର୍ଯ୍ୟଧନ ଜେନା ଙ୍କ ସମେତ ମହିଳା ସଂଘ, ବନ ବିଭାଗ କର୍ମଚାରୀ ଙ୍କ ସହ ପାରା କର୍ମଚାରୀ ମଧ୍ୟ ପରିବେଶ ଦିବସରେ ଏକତ୍ରିତ ହୋଇ ଆଡମ୍ବର ସହ ପାଳନ କରିଥିଲେ

You might also like
error: Content is protected !!