ଅଭିଶପ୍ତ ଜୀବନ କାଟୁଛନ୍ତି ଦୁର୍ଗମ ରୁବାଲ ଗ୍ରାମବାସୀ । 

ଆର,ଉଦୟଗିରି(ମନୋଜ ପାଢୀ):-

ଦୁର୍ଗମ ରୁବାଲ ଗ୍ରାମକୁ ବିକାଶ ଅପହଞ୍ଚ

ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ

ରାସ୍ତା ଆବାସ ସ୍ଵାସ୍ଥ୍ୟ ବିଦ୍ୟୁତ୍ ଶିକ୍ଷା ଏଠି ସାତ ସପନ

ଆଜି ଯାଏ ସରକାରୀ ବାବୁଙ୍କ ପାଦ ପଡିନି ରୁବାଲ୍ ଗାଆଁ ରେ

ବାରମ୍ବାର ଅଭିଯୋଗ ପରେ ବି ମିଳୁନି ମୌଳିକ ସୁବିଧା

ଗଜପତି ଜିଲ୍ଲା ଦୁର୍ଗମ ବ୍ଲକ ରା. ଉଦୟଗିରିର ପୁରୁଣା ପାଣି ରେ ଅବସ୍ଥିତ ଏହି ଅଭିଶପ୍ତ ରୁବାଲ ଗ୍ରାମ । ଗ୍ରାମରେ ବସବାସ କରନ୍ତି କୋଡିଏ ରୁ ପଚିଶ ଆଦିବାସୀ ପରିବାର । ତତ୍କାଳୀନ ବିଜେଡି ସରକାର ର ପଚିଶ ବର୍ଷର ଶାସନ ପରେ ମଧ୍ୟ ଏହି ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ନିରୀହ ଆଦିବାସୀ ପରିବାର ।ଏମାନଙ୍କ ଲାଗି ନା ଅଛି ଚାଲିବାକୁ ପକ୍କା ରାସ୍ତା ନା ଅଛି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର । ଏପରିକି ଦୁନିଆ ଦେଖିବାକୁ ବି ନାହିଁ ବିଦ୍ୟୁତ୍ ସେବା । ଗାଁ କୁ ପହଞ୍ଚିବା କୁ ହେଲେ ଚାଲିବାକୁ ପଡେ ଦୀର୍ଘ ଚାରି କିଲୋମିଟର ଏହି ଘାଟି ଓ ଶଙ୍କିର୍ଣ ଅଣ ଓସାରିଆ ରାସ୍ତା । ଘଞ୍ଚ ଲଟା ବୁଦାରେ ପରିପୂର୍ଣ ଥିବା ଏହି ରାସ୍ତାରେ ଜୀବନ କୁ ବାଜିରେ ଲଗାଇ ଦୈନିକ ଯାତାୟାତ କରନ୍ତି ଗ୍ରାମବାସୀ । ଆଉ ଏହି ଗ୍ରାମରେ ଆପଣ ପହଞ୍ଚିବା ପରେ ଏହି ଲୋକମାନଙ୍କ ଜୀବନ ଜୀବିକା ଦେଖିଲା ପରେ ଆପଣଙ୍କ ଆଖିରୁ ମଧ୍ୟ ଝରିଯିବ ଲୁହ । 

ବର୍ଷ ବର୍ଷ ଧରି ଆଦିମ ଜୀବନ ଯାପନ କରି ଆସୁଥିବା ଏହିମାନଙ୍କ ପାଇଁ ନାହିଁ ଶିକ୍ଷାର ମୂଳଦୁଆ କହୁଥିବା ଅଙ୍ଗନବାଡ଼ି କେନ୍ଦ୍ର । ଅଙ୍ଗନବାଡ଼ି କେନ୍ଦ୍ର ନଥିବା ହେତୁ ଶିକ୍ଷାର ବିକଳ ଚିତ୍ର ବାରିହେଉଛି । ସ୍ବାସ୍ଥ୍ୟସେବା କହିଲେ ଯାହା ଭଗବାନ ଙ୍କ ଆଶୀର୍ବାଦ ଭରସା । ସାମାନ୍ୟ ଜ୍ଵର କଥା କୁହନ୍ତୁ ଅବା ଜନନୀ ଯନ୍ତ୍ରଣା କଥା ଦୀର୍ଘ 4 କିଲୋମିଟର ଖଟିଆ ବୁହା ହୋଇ ଘାଟି ପାହାଡ ଚଡି ଆସିବାକୁ ପଡେ । ସେଥିରେ ଜୀବନ ବଞ୍ଚିଲେଟ ହେଲା ନହେଲେ ରାସ୍ତା କଡ ରେ ପୋଡି ଆସୁଥିବା କୁହନ୍ତି ଗ୍ରାମବାସୀ । ବର୍ଷା ତମାମ ଝରଣା ପାଣିକୁ ଅସ୍ଥାୟୀ ଭାବେ ପାଇପ ଯୋଗେ ଆଣି ସେହି ପାଣିକୁ କରନ୍ତି ବ୍ୟବହାର । ମନୁଷ୍ୟ କୁହନ୍ତୁ ଅବା ପଶୁ ସେହି ପାଣି ହିଁ ଏକା ଶୋଷ ମେଣ୍ଟାଇ ଥାଏ । ସରକାରୀ ଯୋଜନା ପହଞ୍ଚିବାକୁ ନାହିଁ ପକ୍କା ରାସ୍ତ ସେଥି ଲାଗି କୌଣସି ଉନ୍ନତି ମୂଳକ ସରକାରୀ ଯୋଜନା ନଜରକୁ ଆସୁନାହିଁ । ଏହି ଗ୍ରାମରେ କୌଣସି ଜାଗା ରେ ଦେଖିବାକୁ ପାଇବେ ନାହିଁ ସରକାରିକାମର ସୂଚନା ଫଳକ । ସବୁ କାଗଜ କଲମରେ ଚାଲିଛି ଉନ୍ନୟନ ମୂଳକ କାମ । ବ୍ଲକ ଅଧିକାରୀ କୁହନ୍ତୁ ଅବା ଜିଲ୍ଲା ର ଜିଲ୍ଲାପାଳ ଅଭିଯୋଗ କଲେ ତାହା କୌଣସି କାର୍ଯ୍ୟରେ ଆସେ ନାହିଁ । 

ସମୟ ବଦଳିଛି ସରକାର ବଦଳିଛି ବଦଳିବାକୁ ବାକି ରହିଛି ରୂବାଲ ଗ୍ରାମର ମାନ ଚିତ୍ର । ତାହାବି ସରକାରୀ ବାବୁଙ୍କ ପାଦ ପଡିଲେ ବଦଳିବ ଏହି ଗ୍ରାମର ମାନ ଚିତ୍ର ଓ ଲୋକଙ୍କ ଭାଗ୍ୟ । ତେବେ ସମୟକୁ ହିଁ ଅପେକ୍ଷା କେବେ ଏହି ସରକାରିବାବୁଙ୍କ ପାଦ ପଡିବ ଏହି ରୁବାଲ ଗ୍ରାମରେ

You might also like
error: Content is protected !!