ଏଏସଆଇ ବବିତା ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଏଏସଆଇ ବବିତା ସୁନା ଗିରଫ ହୋଇଛନ୍ତି l ମହିଳା ଥାନାର ଶ୍ରୀମତୀ ସୁନା,ବ୍ରହ୍ମପୁର ର ଏକ ମାମଲାରେ ସହାୟତା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ,ବ୍ରହ୍ମପୁର ଦ୍ୱାରା ଗିରଫ ହୋଇଛନ୍ତି lଏକ ମାମଲାର ସେ ତଦନ୍ତକାରୀ ଅଧିକାରୀ ଥିଲେ l ଶ୍ରୀମତୀ ସୁନା ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଧମକ ଦେଉଥିଲେ l ପରେ, ଭିଜିଲାନ୍ସ ଅଧିକାରୀମାନେ ଆଜି ଶ୍ରୀମତୀ ସୁନା, ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛନ୍ତି l ଅଫିସରଙ୍କୁ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି l ତଦନ୍ତ ଜାରି ରହିଛି l ଗିରଫ ପରେ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି

You might also like
error: Content is protected !!