ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଆଜି ପୁରୁଷୋତ୍ତମପୁର ସହର ରେ ଚାଲିଥିବା ପଞ୍ଚ ଠାକୁରାଣୀ ଙ୍କୁ ଦର୍ଶନ କରିବାକୁ ଆସିଥିଲେ | ପ୍ରଥମେ ସେ ବିଜ୍ଞାପିତ ଅଞ୍ଚଳ éଅଫିସ କୁ ଯାଇ ସେଠାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନ ସେନାଙ୍କ ସହିତ ବସି ଏନଏସି ର ଉର୍ନତି ଉପରେ ରୁଦ୍ଧ ଦ୍ୱାର ଆଲୋଚନାକରିଥୁଲେ | ତାପରେ ଥାନା ଛକ ପାଖକୁ ଆସିବାରୁ ତାଙ୍କୁ ଯାତ୍ରା ପରିଚାଳନା କମିଟିଓ ବଣିକ ସଙ୍ଘ ସ୍ୱାଗତ କରିବା ସହ ବିରାଟ ପଟୁଆର ରେ ଅସ୍ଥାୟୀ ମନ୍ଦିର ପାଖକୁ ନେଇଥିଲେ | ସେଠାରେ ବିଧାୟକ ପଞ୍ଚ ଠାକୁରାଣୀ ଙ୍କୁ ଦର୍ଶନ କରି ମାଆଙ୍କ ଆଶିଷ ଭିକ୍ଷା କରିଥିଲେ | ଏବଂ ସେଠାରୁ ଫେରି ଖଲ୍ଲିକୋଟ ପ୍ରତ୍ୟା ବର୍ତ୍ତନ କରିଥିଲେ | ତେବେ ବିଧାୟକ ଙ୍କ ସହ ପୂର୍ବତନ ନଗର ପାଳ ବାସୁଦେବ ମହାପାତ୍ର, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଯାତ୍ରା ଅଧିକାରୀ ରମାକାନ୍ତ ଦାଶ, ବଣିକ ସଙ୍ଘ ସଭାପତି ରବୀନ୍ଦ୍ର ପାତ୍ର, ବିଧାୟକ ଏନଏସି ପ୍ରତିନିଧି ସୁଦର୍ଶନ ବେହେରା ଓ ଅନ୍ୟ ମାନେ,ବିଜେପି ନେତା ସନ୍ତୋଷ ପଣ୍ଡା ଓ ଅନେକ କର୍ମୀ ଉପସ୍ଥିତ ଥିଲେ