ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ


ବାଲିଗୁଡା : ୦୪/୦୬[ସୁକାନ୍ତ କୁମାର ତ୍ରିପାଠୀ]କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଶୁଭ୍ରାଞ୍ଜଳୀ ପ୍ରଧାନଙ୍କୁ ଏକ ଆଠ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡ଼ିକ ଭିତରେ ଜିଲ୍ଲାରେ ଥିବା କଳାକାର ମାନଙ୍କ ଭତ୍ତା ବୃଦ୍ଧି, ନୂତନ କଳାକାରଙ୍କୁ ଭତ୍ତା ପ୍ରଦାନ, ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କଳାକାର ମାନଙ୍କୁ ଦିଆଯାଉ, ଭଗବତ ଟୁଙ୍ଗୀ ନିର୍ମାଣ ଓ ବୀମା ପ୍ରଦାନ ଭଳି ଆଠ ଦଫା ରହିଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କଳାକାର ସଂଘର ସଭାପତି ତ୍ରିନାଥ ପଣ୍ଡାଙ୍କ ନେତୃତ୍ୱରେ ନୀରଦୀୟ ପୁଜାରୀ, କରୁଣାକର ନାୟକ, ସନ୍ନ୍ୟାସୀ ବାଘ,କୁନି ସାହୁ, ରବିନ୍ଦ୍ର ମହାପାତ୍ର, ବିକ୍ରମ ପ୍ରଧାନ, ରମେଶ ପାତ୍ର, ବାଲେଶ୍ବର ବଗର୍ତ୍ତି ପ୍ରମୁଖଙ୍କ ସମେତ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷ କଳାକାର ସଦସ୍ୟ ଉପସ୍ଥିତ ଥିଲେ।

You might also like
error: Content is protected !!