ଖୋର୍ଦ୍ଧା(ସଞ୍ଜୀବ କୁମାର):-
ବେନୁଗୋପାଳ ସ୍ବାମୀ ବିଜେ (ପୁରୁଣା ବ୍ରହ୍ମପୁର) ନାମରେ ରେକର୍ଡ ଭୁକ୍ତ ହୋଇଥିବା ଭୂସମ୍ପତ୍ତି କୁ ତତ୍କାଳିନ ସରକାରରେ ଥିବା ଜଣେ ମନ୍ତ୍ରୀ ଓ ବର୍ତ୍ତମାନର ଜଣେ ବିଧାୟକଙ୍କ ସହଯୋଗରେ ତତ୍କାଳିନ ହିନ୍ଦୁ ଦେବୋତ୍ତର କମିଶନର ବିଧି ବ୍ୟବସ୍ଥାର ବିରୁଦ୍ଧରେ ଆପତିବିହିନ ପ୍ରମାଣପତ୍ର ଦେବା ଦ୍ଵାରା ରମଲିଙ୍ଗେଶ୍ୱର ସ୍ବାମୀ ମନ୍ଦିର ପାର୍ଶ୍ଵ ଦେବତା ବେଣୁ ଗୋପାଳ ସ୍ଵାମୀଙ୍କ ମୂଲ୍ୟବାନ ଭୁ ସମ୍ପତ୍ତି ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସରେ ଏହାର ତଦନ୍ତ କଛପ ଗତିରେ ୨୦୧୯ରୁ ଚାଲିଛି। ବିପିଆର ୧୭/ ୧୦.୬.୨୦୧୯ରେ ଏହାର ତଦନ୍ତ ଜାରି ଥିବା ସୂଚନା ମଲିଛି।