ମରକ୍କୋର ରାଜା ପଶୁମାନଙ୍କ ପ୍ରତି ଦୟା ଦେଖାଇ ଏକ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ମରକ୍କୋର ରାଜା ପଶୁମାନଙ୍କ ପ୍ରତି ଦୟା ଦେଖାଇ ଏକ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି। “ବକରୀଦରେ ଆମେ କୌଣସି ପଶୁକୁ ବଳି ଦେବୁ ନାହିଁ”, ୯୯ ପ୍ରତିଶତ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ ମରକ୍କୋର ରାଜା ବକରୀଦ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଏଠାରେ ତଥାକଥିତ ଭୟଭୀତ ସମ୍ପ୍ରଦାୟ ଅଧିକାଂଶ ହିନ୍ଦୁଙ୍କ ପାଇଁ ମାତା ଭାବରେ ପୂଜିତ ଗାଈକୁ ହତ୍ୟା କରି ଖାଆନ୍ତି।

ମରକ୍କୋ: ଈଦ୍-ଅଲ୍-ଆଧା କିମ୍ବା ବକ୍ରୀଦ୍ ଚଳିତ ମାସର ୬ ଏବଂ ୭ ତାରିଖରେ ପାଳନ କରାଯିବ। ଏହି ଦିନ ଇସଲାମ ଧର୍ମର ଅନୁଗାମୀମାନେ ଛେଳି କିମ୍ବା ଅନ୍ୟ କୌଣସି ପଶୁକୁ ବଳି ଦିଅନ୍ତି, ଯାହା ସମ୍ପର୍କରେ ଏକ ବଡ଼ ମୁସଲିମ୍ ଦେଶ ଏକ ବଡ଼ ନିଷ୍ପତ୍ତି ନେଇଛି। ୯୯ ପ୍ରତିଶତ ମୁସଲିମ୍ ଜନସଂଖ୍ୟା ବିଶିଷ୍ଟ ଇସଲାମିକ୍ ଦେଶ ମରକ୍କୋ ବଳିଦାନ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଦେଇଛି ଯେ କୌଣସି ନାଗରିକ ଈଦ୍ ରେ ଛେଳି କିମ୍ବା ଅନ୍ୟ କୌଣସି ପଶୁକୁ ବଳି ଦେବେ ନାହିଁ, ଏହା ପରେ ଛେଳି ଖୋଜିବା ପାଇଁ ଦେଶବ୍ୟାପୀ ଚଢାଉ କରାଯାଉଛି।

Smart Computer Ad
You might also like
error: Content is protected !!