ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି l ଆସନ୍ତା ୫ ତାରିଖରେ ଆସିବେ ମୁଖ୍ୟମନ୍ତ୍ରୀ l ଗଞ୍ଜାମ ଜିଲ୍ଲାର ରମ୍ଭା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାପିତ ୪୧ ଗୋଟି ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି l ପରେ ଛତ୍ରପୁର ଗସ୍ତରେ ଆସି ଛତ୍ରପୁର ଖେଳ ପଡିଆ ଠାରେ ଜିଲ୍ଲାରେ ହେବାକୁ ଥିବା ୮ ଗୋଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଟାଟା ଏସି ଜେଡ ପ୍ରୋଜେକ୍ଟ ଅନ୍ତର୍ଗତ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଗୁଡିକୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା ମା ତାରା ଦେବୀଙ୍କ ଯାତ୍ରା ରେ ଯୋଗ ଦାନ ପୂର୍ବକ ମା ‘ ଙ୍କ ଦର୍ଶନ କରି ଫେରିବାର କାର୍ଯ୍ୟକ୍ରମ ରହିଛି।