ଭୁବନେଶ୍ୱର,(ଏସ.ଏମ.ପି):-
ଆମେ ଆପଣଙ୍କୁ କହିବୁ କି କେଉଁ ଲୋକମାନଙ୍କୁ ଲେମ୍ବୁ ପାଣି ସେବନ କରିବା ଉଚିତ ନୁହେଁ । ଅର୍ଥାତ କେଉଁ ରୋଗରେ ପୀଡିତ ହୋଇଥିଲେ ଲେମ୍ବୁ ପାଣି ସେବନ ଦ୍ଵାରା ତାହା କ୍ଷତିକାର ହୋଇପାରେ । ଯଦି ଆପଣ ସକାଳ ସମୟରେ ଲେମ୍ବୁ ପାଣି ସେବନ କରୁଛନ୍ତି ତେବେ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ପ୍ରାୟତଃ ଲୋକମାନେ ଲେମ୍ବୁ ପାଣି ଏଥିପାଇଁ ସେବନ କରନ୍ତି କାରଣ ସେମାନେ ନିଜର ଓଜନ କମ କରିବାକୁ ଚାହାନ୍ତି କିମ୍ବା ଶରୀରରୁ ଖରାପ ପଦାର୍ଥକୁ ବାହାର କରିବା ପାଇଁ ବି ଲେମୁ ପାଣିର ସେବନ କରିଥାନ୍ତି ।କିନ୍ତୁ କିଛି ରୋଗୀଙ୍କ ପାଇଁ ଏହା ସମସ୍ୟାର କାରଣ ବି ହୋଇଥାଏ । ସେଥିପାଇଁ ଯେଉଁ ଲୋକମାନେ ଆଇରନର ଔଷଧ ସେବନ କରୁଛନ୍ତି ସେମାନେ କେବେ ବି ଲେମ୍ବୁ ପାଣିର ସେବନ କରନ୍ତୁ ନାହିଁ । କାରଣ ଲେମ୍ବୁ ପାଣି ଓ ଆଇରନର ଔଷଧ ଗୋଟିଏ ଦିନରେ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଆଇରନ ଔଷଧର କୌଣସି ବି ଲାଭ ମିଳିବ ନାହିଁ ।
ଯେଉଁ ଲୋକମାନଙ୍କୁ କିଡନୀ ଓ ଲିଭରର ସମସ୍ୟା ଅଛି ସେମାନଙ୍କୁ ବି ଲେମ୍ବୁ ପାଣି ପିଇବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କ ସମସ୍ୟା ଆହୁରି ବଢିପାରେ । ଯଦି କାହାର ପେଟରେ ଅଳସରର ସମସ୍ୟା ଅଛି ସେମାନଙ୍କୁ ବି ଲେମ୍ବୁ ପାଣି ପିଇବା ଉଚିତ ନୁହେଁ ।
କହିଦେଉଛୁ କି ଲେମ୍ବୁ ପାଣି ପିଇବା ସଙ୍ଗେ ସଙ୍ଗେ ଦାନ୍ତ ଘଷିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କ ଦାନ୍ତ କମଜୋର ହୋଇପାରେ । ଏହା ଛଡା ଯେଉଁ ଲୋକମାନଙ୍କ ଶରୀରରେ ପାଣିର ଅଭାବ ଅଛି ସେମାନେ ବି ଲେମ୍ବୁ ପାଣିର ସେବନ କରନ୍ତୁ ନାହିଁ । କାରଣ ଲେମ୍ବୁ ପାଣି ପିଇବା ଦ୍ଵାରା ଏହିଭଳି ଲୋକମାନଙ୍କ ୟୁରିନ ଅଧିକ ଆସିଥାଏ । ଯେଉଁ କାରଣରୁ ପାଣିର ଅଭାବ ପୁଣି ଦେଖାଯାଏ ।
ସେଥିପାଇଁ ଆପଣମାନେ ଲେମ୍ବୁ ପାଣି ସେବନ କରନ୍ତୁ ନାହିଁ । ଲେମ୍ବୁ ପାଣି ତିଆରି ପାଇଁ ନା ହିଁ ଅତ୍ୟଧିକ ଗରମ ପାଣି ଓ ନା ହିଁ ଥଣ୍ଡା ପାଣିର ବ୍ୟବହାର କରନ୍ତୁ । ଆପଣ କେବଳ ଅଳ୍ପ ଗରମ ପାଣି ନଚେତ ସାଧାରଣ ପାଣି ବ୍ୟବାହାର କରନ୍ତୁ । ଯଦି ଆପଣ ବହୁତ ଅଧିକ ଥଣ୍ଡା ଓ ଗରମ ପାଣି ବ୍ୟବହାର କରୁଛନ୍ତି ପତଳା ହେବା ପାଇଁ କିମ୍ବା ଜଲ୍ଦି ରେଜଲ୍ଟ ପାଇବା ପାଇଁ କରୁଛନ୍ତି ତେବେ ସେହିଭଳି ସ୍ଥିତିରେ ଏହା ଲେମ୍ବୁର ଗୁଣକୁ ନଷ୍ଟ କରିଦିଏ ।
ଏମିତିରେ ଆପଣଙ୍କୁ କୌଣସି ବି ପ୍ରକାରର ଲାଭ ମିଳିବ ନାହିଁ । ଯେଉଁମାନଙ୍କର ଦାନ୍ତର ସମସ୍ୟା ଅଛି ଅର୍ଥାତ ସେମାନଙ୍କୁ ଥଣ୍ଡା ଓ ଗରମ ଅତ୍ୟଧିକ ଅନୁଭବ ହେଉଛି ସେମାନେ ଡାରେକ୍ଟ ଲେମ୍ବୁ ପାଣି ସେବନ କରନ୍ତୁ ନାହିଁ । ସେମାନେ ଲେମ୍ବୁ ପାଣି ସ୍ଟ୍ର ଦ୍ଵାରା ସେବନ କରନ୍ତୁ । ଏହା ପରେ କୁଲା ନିଶ୍ଚିତ ରୂପରେ କରନ୍ତୁ । ଯେଉଁମାନଙ୍କର ଏସିଡର ସମସ୍ୟା ଅଛି ଓ ହୃଦୟ ସମ୍ବନ୍ଧିତ ସମସ୍ୟା ଅଛି ସେହିଭଳି ରୋଗୀ ବି ଲେମ୍ବୁ ପାଣିର ସେବନ କରନ୍ତୁ ନାହିଁ
