କେରଣ୍ଡିତୋଳା ଗ୍ରାମ ପ୍ରସିଦ୍ଧ ମା ପାର୍ବତୀଙ୍କ ନିର୍ବନ୍ଧ ଓ ଶିବ ବିବାହରେ ଉତ୍ସବ ମୁଖର

ଛତ୍ରପୁର, ବିଚିତ୍ର ସାହୁ : ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଶତାଧିକ ବର୍ଷ କାଳରୁ ବିଜେଥିବା ଶ୍ରାଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁ ଓ ମା ପାର୍ବତୀଙ୍କ ନିର୍ବନ୍ଧ ଓ ବିବାହ ଉତ୍ସବରେ ସାରା ଗ୍ରାମ ଉତ୍ସବ ମୁଖର ହୋଇଛି।ଗତ 30 ତାରିଖ ଶୁକ୍ରବାର ଦିବା ସମୟରେ ମା ପାର୍ବତୀଙ୍କ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଥୁଲା।କନ୍ଯା ପିତା ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ଓ ଧର୍ମ ପତ୍ନୀ ପଦ୍ମାବତୀ ମହାରଣା ନିର୍ବନ୍ଧ କାର୍ଯ୍ୟକ୍ରମରେ କର୍ତ୍ତାଙ୍କ ଦାୟୀତ୍ବ ନିର୍ବାହ କରିଥିଲେ।ବରପିତା ରୂପେ ମନ୍ଦିର ଟ୍ରଷ୍ଟି ଅମରେଶ୍ବର ସାହୁ ଓ ଧର୍ମ ପତ୍ନୀ ମୀନାକୁମାରୀ ସାହୁ ଦାୟୀତ୍ବ ନିର୍ବାହ କରିଥିଲେ।ବର ପକ୍ଷରୁ ଗ୍ରାମ ଛକରୁ ଏକ ବିରାଟ ପଟୁଆରରେ ମନ୍ଦିର ମଧ୍ଯକୁ ପ୍ରବେଶ କରି ନିର୍ବନ୍ଧ କାର୍ଯ୍ୟକ୍ରମ ସମାପନ କରିଥିଲେ। 31 ତାରିଖ ଶନିବାର ରାତ୍ର ବିବାହ ଉତ୍ସବ ଅନୁଷ୍ଠିତ

କେରଣ୍ଡିତୋଳା ଗ୍ରାମ ପ୍ରସିଦ୍ଧ ମା ପାର୍ବତୀଙ୍କ ନିର୍ବନ୍ଧ ଓ ଶିବ ବିବାହରେ ଉତ୍ସବ ମୁଖର

ହୋଇଥିଲା।ଉଭୟ ଉତ୍ସବରେ ଭକ୍ତମାନଙ୍କ ପାଇଁ ଉଭୟ ପକ୍ଷରୁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା। ହରିହର ଶତପଥିଙ୍କ ପୌରହିତ୍ଯରେ ପରିଚାଳିତ ଶିବ-ପାର୍ବତୀ ବିବାହ ଉତ୍ସବକୁ ପୂଜକ ସନ୍ଯାସୀ ରାଉଳ,ରବିନ୍ଦ୍ର ରାଉଳ,ମାନସ ରାଉଳ ସହଯୋଗ କରିଥିଲେ। ଉତ୍ସବ ମହା ସମାରୋହରେ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାହିତ ହୋଇଥିଲା।ଶୀତଳ ଷଷ୍ଠୀର ବିବାହ ପଟୁଆରରେ ଶିବପାର୍ବତୀ ନଗର ପରିକ୍ରମା କରିଥିଲେ।ମନୋରଞ୍ଜନ ପାଇଁ ଟିକରପଡାର ରାମାୟଣ ନାଟକ ପରିବେଷଣ କରାଯାଉଛି।ଉଭୟ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ସଂପାଦକ ଗଗନ ବିହାରୀ ସାହୁ,ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମହାରଣା,ଲକ୍ଷ୍ମଣ ପାଣିଗ୍ରାହୀ,ଅନିଲ କାନ୍ତ ମହାରଣା,ନାରାୟଣ ପ୍ରଧାନ, ବୁନିଲ କାନ୍ତ ମହାରଣା,ଅଶ୍ବିନୀ କୁମାର ସାହୁ,ପ୍ରଶାନ୍ତ କୁମାର ପ୍ରଧାନ,ଦିଗମ୍ବର ପାଣିଗ୍ରାହୀ,ସୁଦାମ ପ୍ରଧାନ, ବାବୁନି ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ଉତ୍ସବକୁ ସୁପରିଚାଳନା କରିଥିଲେ।ଚମାଖଣ୍ଡି ପୋଲିସ ଷ୍ଟେସନ ତରଫରୁ ଅରୁଣ କୁମାର ରାଉତ ଓ ଅନ୍ଯମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Smart Computer Ad
You might also like
error: Content is protected !!