୧୨ ଅପରାଧୀ ଗିରଫ


ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)

ଗଞ୍ଜାମ ପରେ ଏବେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୬ଟି ବେଆଇନ୍ ବନ୍ଧୁକକୁ ପୋଲିସ ଜବତ କରିଛି l ବଡ଼ବଜାର,ସଦର,ନିମଖଣ୍ଡି ଓ ଦିଗପହଣ୍ଡି ଥାନାରେ ୪ଟି ମାମଲା ରୁଜୁ ହୋଇଛି l ପୋଲିସ ୧୨ଜଣ ଅପରାଧୀଙ୍କୁ ଗିରଫ କରିଛି l ୬ଟି ବନ୍ଧୁକ ସହ ଗୁଳି,ଖଣ୍ଡା ଏବଂ ଶାବଳ ଜବତ କରାଯାଇଛି l ଏକ ସାମ୍ୱାଦିକ ସମ୍ମିଳନୀରେ ଆରକ୍ଷୀ ମହାନିରୀକ୍ଷକ ନିତି ଶେଖର ଏହା କହିଛନ୍ତି l ବ୍ରହ୍ମପୂର ଏସପି ଡ ଏସ ବିବେକ ଏମଙ୍କ ସମେତ ଥାନା ଅଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ l ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମାମଲା ରହିଛି l ଆଗକୁ ଏଭଳି ଚଢାଉ ଜାରି ରହିବ

Smart Computer Ad
You might also like
error: Content is protected !!