ପୁରୁଷୋତ୍ତମପୁର ବସଷ୍ଟାଣ୍ଡଠାରେ ଏନଏସି ଅଧକ୍ଷ ଙ୍କ ତରଫରୁ ପାଞ୍ଚଠାକୁରାଣୀ ଙ୍କ ପୂଜାର୍ଚନା

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-

ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟ ରେ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ତରଫରୁ ସହର ରେ ଚାଲିଥିବା ପଞ୍ଚ ଠାକୁରାଣୀ କନକା, କାଳୀ, କାଳୁଆ, ତାରା ତାରିଣୀ, ଓ ଫୁଲ ସୁନ୍ଦରୀ ଙ୍କ ନଗର ପରିଭ୍ରମାଣ ସମୟ ରେ ମାଆଙ୍କୁ ପୂଜାର୍ଚନା କରି ଜଗତ ର ମଙ୍ଗଳ କାମନା କରିଥିଲେ |ଏବଂ ମାଆଙ୍କୁ ସ୍ୱାଦିଷ୍ଟ ପକ୍ଵ ଫଳ, ଛେନା ମିଠା, ନବାତ ପଣା ଇତ୍ୟାଦି ଭୋଗ କରି ପଞ୍ଚ ଠାକୁରାଣୀ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ | ତାଙ୍କ ସହିତ କାଉନ ସିଲର ଭାସ୍କର ବେହେରା, ବିପ୍ର ବେହେରା, କେ ପ୍ରମୋଦ କୁମାର ଆଚାରୀ, ଓ କାଉନ ସିଲର ପ୍ରତିନିଧି ବିଶ୍ୱ ଭୂଷଣ ମହାପତ୍ର (ଚିଣ୍ଟୁ ) କିଛି ବ୍ୟବସ୍ୟାୟି, ଓ ସହଯୋଗୀ ମାନେ ସୁକର୍ଣ୍ଣ ବେହେରା, ପବିତ୍ର ବେହେରା, ଲକ୍ଷ୍ମୀଧର ସାହୁ, ଆନ୍ନା ଜନାର୍ଦ୍ଧନ ପାଢ଼ୀ, ସୁଶାନ୍ତ ପଣ୍ଡା, ବିଜୟ ଗୌଡ଼, ଜଙ୍ଗଲୀ, ଜଗନ୍ନାଥ, ସମସ୍ତେ ଉପସ୍ଥିତ ରହି ଠାକୁରାଣୀ ଙ୍କକାର୍ଯ୍ୟ ରେ ସହଯୋଗ କରି ଆଶିଷ ଲାଭ କରିଥିଲେ | ଏବଂ ଶେଷରେ ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଣ୍ଣ ପ୍ରସାଦ ସେବନ କରିଥିଲେ |

Smart Computer Ad
You might also like
error: Content is protected !!