ଛତିଶ ଗଡ଼ ବିଳାସ ପୁର ସିଆର ଏଫ ଯବାନ ଶିକୁଳା ଗ୍ରାମର ସନ୍ତୋଷ ବେହେରା ଙ୍କ ଅନ୍ତିମ ସଂସ୍କାର,

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-

ଛତିଶ ଗଡ଼ ବିଳାସପୁରରେ କାର୍ଯ୍ୟରତ ସିଆରପିଏଫ୍ ଯବାନ ତଥା ପୁରୁଷୋତ୍ତମ ପୁର ବ୍ଳକ ଶିକୁଳା ଗ୍ରାମର ବାସିନ୍ଦା ସନ୍ତୋଷ କୁମାର ବେହେରା ଙ୍କ ଗତ ୧୯ ତାରିଖରେ ଅକାଳ ବିୟୋଗ ଘଟିଛି ଆଜି ମରଶରୀରକୁ ସନ୍ତୋଷଙ୍କ ଗ୍ରାମକୁ ଅଣାଯିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲାସନ୍ତୋଷ ଙ୍କ ପାର୍ଥିବ ଶରୀର କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସତ୍କାର କରା ଯାଇଛି। ଭାରତ ମାତାକି ଜୟ ସନ୍ତୋଷ ଭାଇ ଅମର ରହେରେ ସାରା ଗାଁ ଓ ଶ୍ମଶାନ ଘାଟ ପ୍ରକମ୍ପିତ ହୋଇ ଥିଲା | ଗ୍ରାମର ଆବାଳ ବୃଦ୍ଧବନିତା ତାଙ୍କର ଶେଷଦର୍ଶନ କରିଥିଲେ । ବିରାଟ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ଆଠରୁ ଅଧିକ ସେନା ଅଫିସର୍ ଓ ୧୨ ଜଣ ଗାର୍ଡ଼ ଉପସ୍ଥିତ ଥିଲେ | ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସନ୍ତୋଷଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବନିତା, ୫ ବର୍ଷର ପୁଅ ଓ ବାପା ଘନଶ୍ୟାମଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଘନଶ୍ୟାମ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ

Smart Computer Ad
You might also like
error: Content is protected !!