ପାରଳାଖେମୁଣ୍ଡି ସ୍ଥାନୀୟ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ଖେଳ ପଡିଆ ର ଉନ୍ନତିକରଣ ପାଇଁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର

ଆର,ଉଦୟଗିରି(ମନୋଜ ପାଢୀ);-
ଛାତ୍ର ସଂଗଠନ ନେତାମାନେ ଓ ସ୍ଥାନୀୟ ବୁଦ୍ଧିଜୀବୀ
ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ କଲେଜ ର ପଡିଆ ର ବିକାଶ ପାଇଁ କାର୍ଯ୍ୟ କରିବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ର ଜିଲ୍ଲାପାଳଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । କଲେଜ ପଡିଆ ର ଅବସ୍ଥା ବହୁତ ଖରାପ ଥିବା ଯୋଗୁ ଏହାର ଉନ୍ନତି କରଣ କରିବା ପାଇଁ ଅନେକ ବୁଦ୍ଧିଜିବୀ ଓ ସହର ବାସିନ୍ଦା ଅନେକ ବର୍ଷ ହେଲା ଦାବି କରି ଆସୁଥିଲେ । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହି ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ସମାଜ ସେବା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଙ୍କୁ ଖେଳ ପଡିଆ ର ଉନ୍ନତି ପାଇଁ ପତ୍ର ଲେଖିଥିଲେ।
ସାଂସଦ ପ୍ରତିନିଧୀ ଦାରୁପୁ ରାଜେଶ କୁମାର (ଚିଟୀ ବାବୁ) ସୂଚନା ଦେଇଛନ୍ତି ଯେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଖେଳ ପଡିଆ ର ଉନ୍ନତି କରିବା ପାଇଁ ଲିଖିତ ଆବେଦନବ କରି ଏଠାରେ ଏକ କ୍ରୀଡା କ୍ଷେତ୍ରର ବିକାଶ କରାଯିବା ଉଚିତ ଏବଂ ସମସ୍ତ ସୁବିଧା କ୍ରୀଡ଼ାବିତ ପ୍ରଦାନ କରାଯିବା ଉଚିତ ବୋଲି ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଉଚ୍ଚଶିକ୍ଷା ବିଭାଗକୁ 95 ଲକ୍ଷ ଟଙ୍କା ମଞ୍ଜୁରୀ ପାଇଁ ପତ୍ର ଲେଖି ଥିବା ଜଣାପଡିଛି

Smart Computer Ad
You might also like
error: Content is protected !!