ଦୁଇ ବରିଷ୍ଠ ସଦସ୍ୟ ବହିଷ୍କାର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)

ଗଂଜାମ ଓକିଲ ସଂଘର ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥଲା l ସର୍ବସମ୍ମତି କ୍ରମେ ସଂଘର ଦୁଇ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ମିନତୀ ରଥ ଓ ମୁରଲୀ ସାହୁଙ୍କୁ ସଂଘରୁ ବହିଷ୍କାର ନିଷ୍ପତ୍ତି ହୋଇଛି l ସଂଘର ସାମୁହିକ ସ୍ୱାର୍ଥରେ ବାଧା ସୃଷ୍ଟି କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ସଂଘର କଟକଣା ସତ୍ତ୍ୱେ ନୂତନ ଜୁଡ଼ିସିଆଲ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ କରି ଚିଠି ଲେଖିଥିଲେ l ପରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

Smart Computer Ad
You might also like
error: Content is protected !!