ମଦନ ମୋହନ ଙ୍କ ବ୍ରହ୍ମାଦ୍ରୀ ବିଜେ

ନୟାଗଡ (ପ୍ରଭାକର ଶିରୋମଣି):-

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ  ପୀଠରେ ଆରମ୍ଭ ହୋଇଥିବା ୨୧ ଦିନ ବ୍ୟାପୀ  ପବିତ୍ର ଚନ୍ଦନ ନୀତି ତଥା ଶ୍ରୀ ଜୀଉ ମାନଙ୍କର  ଚାପ କ୍ରୀଡା ନୀତି ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇ ଯାଇଛି l 
            ସୂଚନା ଯୋଗ୍ୟ ଯେ, ପାରମ୍ପରିକ ଏହି ଚନ୍ଦନ ଯାତ୍ରା ନୀତି ସମ୍ପନ୍ନ ହେବା ପରେ ଭଉଁରୀ ନୀତି ସମ୍ପନ୍ନ ହେବା ପରଦିନ ସୁସଜ୍ଜିତ ୩ ଗୋଟି ମଣି ବିମାନ ରେ ଅବସ୍ଥାନ କରିବା ପରେ ପରଦିନ ଅର୍ଥାତ ଭଉଁରୀ ବାସୀ ଦିନ ବ୍ରହ୍ମାଦ୍ରୀ ପାହାଡ ରେ ଥିବା. ନୀଳମାଧଵ  ମନ୍ଦିରକୁ ବିଜେ କରିବା ଵିଧି ରହିଛି l ତେଣୁ ଆଜି ବୁଧବାର ଅପରାହ୍ନ ରେ ପାରମ୍ପରିକ ରୀତିନୀତି ଅନୁସାରେ ଚନ୍ଦନ ମଣ୍ଡପ ଚକଡାଠାରେ ବିମାନ ରେ ଉପବିଷ୍ଟ ଶ୍ରୀ ନୀଳମାଧବ ଜୀଉଙ୍କ ବିଜେ ପ୍ରତିମା ଶ୍ରୀ ମଦନ ମୋହନ, ଲକ୍ଷ୍ମୀ ସରସ୍ବତୀ ଓ ଶିବପାର୍ବତୀଙ୍କୁ ଘଣ୍ଟ ଘଣ୍ଟା, ବିଭିନ୍ନ  ସଂକୀର୍ତ୍ତନ ସହିତ ଅନ୍ୟାନ୍ୟ ପଟୁଆର ରେ ଗ୍ରାମ ପରିକ୍ରମା  କରାଯାଇ ମନ୍ଦିର ସିଂହ ଦ୍ୱାର ଠାରେ ପହଂଚି ଥିଲେ ଓ  ସେଠାରେ ଦେବୋତ୍ତର ବିଭାଗ ର ଶେଷ ଭୋଗ ସାରିଵା ପରେ  ବାହୁଡା଼ ପର୍ବ ଆରମ୍ଭ ହୋଇଥିଲା l  ବିମାନ କାନ୍ଧେଇ ଥିବା ଆପଟ ଭାଇ ମାନଙ୍କ ସହିତ ଶତାଧିକ  ଶ୍ରଦ୍ଧାଳୁ ଭକ୍ତ ମାନେ ବିମାନ ଧରି ଆଗକୁ ଓ ପଛକୁ କରି ବାହୁଡା଼ ପର୍ବ ପାଳନ କରି  ଉଦଯାପିତ କରାଯିବା ପରେ ଶ୍ରୀ ବିଗ୍ରହ ମାନଙ୍କୁ ସିଂହ ଦ୍ୱାର ମଧ୍ୟ ଦେଇ ବ୍ରହ୍ମାଦ୍ରୀ ପାହାଡ଼ ଉପରେ ପ୍ରତିଷ୍ଠିତ ପ୍ରଭୁ ନୀଳମାଧବ ନିକଟରେ ପାଳିଆ ସେବାୟତ ମାନେ ବିଜେ କରାଇଥିଲେ l 
           ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳର 
ହଜାର ହଜାର ଭକ୍ତ ତଥା  ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ  ସମେତ ବହୁ ଲୋକ ପ୍ରତିନିଧି ବାହୁଡା଼ ବିଜେ ଉପଲକ୍ଷେ ହୋଇଥିବା ଶୋଭା ଯାତ୍ରାରେ ଯୋଗ ଦେଇଥିଲେ

Smart Computer Ad
You might also like
error: Content is protected !!