ଖୋର୍ଦ୍ଧା(ଜିଲ୍ଲା ସଞ୍ଜୀବ କୁମାର):-
ଜଟଣୀ:- ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ଅବସରରେ ଜଟଣୀ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଗୁଲାର ଓ ଏକ୍ସ ରେଗୁଲାରର ସମୁଦାୟ ୪୯୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ୩୯୨ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଥିବା ବେଳେ ୧୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇଛନ୍ତି।
ସେହିପରି କଳା ବିଭାଗରେ ୭୭ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଅଧିକାର କରିଥିବା ବେଳେ ୮୧ଜଣ ଦ୍ୱିତୀୟ ଓ ୧୨୧ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଣିଜ୍ୟରେ ୩ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୯ଜଣ ଦ୍ୱିତୀୟ ସ୍ଥାନ ଓ ୧୧ଜଣ ତୃତୀୟ ସ୍ଥାନ ହାସଲ କରିଛନ୍ତି। ବିଜ୍ଞାନରେ ୪୫ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୩୭ଜଣ ଦ୍ୱିତୀୟ ଓ ୮ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
