ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନରେ ଖୋଲିବ ରିଜରବେସନ୍ ଟିକେଟ୍ କାଉଣ୍ଟର ।

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଯାତ୍ରୀଙ୍କ ସୁବିଧା ପାଇଁ, ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନରେ ଗୋଟିଏ ରିଜରବେସନ୍ଟି କେଟ୍ କାଉଣ୍ଟର ଖୋଲା ଯାଉଛି। ଯାତ୍ରୀମାନେ ଏହି ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) ଟିକେଟ୍ କାଉଣ୍ଟରରେ 12.05.2025 ରୁ ଯେକୌଣସି ସ୍ଥାନରୁ ଯେକୌଣସି ସ୍ଥାନକୁ ସଂରକ୍ଷିତ ଟିକେଟ୍ ବୁକ୍ କରିପାରିବେ। ବର୍ତ୍ତମାନ ଭୁବନେଶ୍ୱର ନୂତନ ରେଳ ଷ୍ଟେସନରେ ଗୋଟିଏ ଅଣସଂରକ୍ଷିତ ଟିକେଟ୍ କାଉଣ୍ଟର ଉପଲବ୍ଧ, ଯାହା 24 ଘଣ୍ଟା କାର୍ଯ୍ୟ କରୁଛି। ଭୁବନେଶ୍ୱର ନ୍ୟୁ ଷ୍ଟେସନରେ ରିଜର୍ଭେସନ୍ ଟିକେଟ୍ କାଉଣ୍ଟର ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଭିଡ଼ କମ କରିବ ଏବଂ ଉତ୍ତର ଭୁବନେଶ୍ୱର, ଆଠଗଡ଼ ଏବଂ କଟକ ଅଞ୍ଚଳରୁ ଯାତ୍ରା କରୁଥିବା ସଂରକ୍ଷିତ ଯାତ୍ରୀମାନେ ଏହି ଟିକେଟ୍ କାଉଣ୍ଟରରୁ ଅଧିକ ଲାଭ ପାଇବେ। ଏହି PRS ଟିକେଟ୍ କାଉଣ୍ଟର ସପ୍ତାହର ସମସ୍ତ 6 ଟି କାର୍ଯ୍ୟ ଦିବସ ଅର୍ଥାତ୍ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ 8 ଘଣ୍ଟାରୁ 15 ଘଣ୍ଟା (3 PM) ପର୍ଯ୍ୟନ୍ତ ଖୋଲା ରହିବ। ବର୍ତ୍ତମାନ 11 ଯୋଡ଼ା ଯାତ୍ରୀବାହୀ ଟ୍ରେନ୍ ଭୁବନେଶ୍ୱର ନ୍ୟୁ ଷ୍ଟେସନରେ ରହଣି କରୁଛି ଏବଂ ୧୨ ମଇ ୨୦୨୫ ଠାରୁ ତିନୋଟି ଏକ୍ସପ୍ରେସ୍ ଟ୍ରେନ୍ ଯଥା ୧୧୦୨୦/୧୧୦୧୯ ଭୁବନେଶ୍ୱର-ସିଏସ୍ଏମ୍ଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍, ୧୭୦୧୫/୧୭୦୧୬ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ ଏବଂ ୨୨୮୧୯/୨୨୮୨୦ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର, ଇଣ୍ଟରସିଟି ଏକ୍ସପ୍ରେସ୍, ଭୁବନେଶ୍ୱର ନ୍ୟୁ ଷ୍ଟେସନ୍ ରୁ ଛାଡିବ ଏବଂ ଭୁବନେଶ୍ୱର ନ୍ୟୁ ଷ୍ଟେସନ୍ ରୁ ଏଇ ଟ୍ରେନ ଗୁଡ଼ିକର ଯାତ୍ରା ଶେଷ ହବୋ । ଯାତ୍ରୀମାନଙ୍କୁ ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ୍ ରେ ନୂତନ ପିଆରଏସ୍ ଟିକେଟ୍ କାଉଣ୍ଟରର ସୁବିଧା ନେବାକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର ନ୍ୟୁ ଷ୍ଟେସନ୍ ବାରଙ୍ଗ ରେଳ ଷ୍ଟେସନ୍ ନିକଟରେ ଅବସ୍ଥିତ ହୋଇଥିବାରୁ, ବାରଙ୍ଗରେ ଯାତ୍ରୀ ସଂରକ୍ଷଣ ଟିକେଟ୍ କାଉଣ୍ଟର୍ ୧୦.୦୫.୨୦୨୫ ରୁ ବନ୍ଦ ରହିବ।