ସାମ୍ବାଦିକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ରବିବାର ଦିନ ପୁରୀ ସିଂହ ଦ୍ୱାର ସମ୍ମୁଖରେ ବଡ ଖବର ର ସାମ୍ବାଦିକା ଲୀନୁ ନାୟକ ଓ କ୍ୟାମେରା ମେନ୍ ଶିବ କିଶୋର ପଲାଇ ଙ୍କୁ ସେଠିକାର କିଛି ପଣ୍ଡା ମାନେ ଖବର ସଂଗ୍ରହ ସମୟରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ସଂପୃକ୍ତ ପଣ୍ଡା ମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।ବ୍ରହ୍ମପୁର ଠାରେ ମଧ୍ୟ ଏହାର ପ୍ରତିବାଦ କରି କାର୍ଯ୍ୟରତ ସାମ୍ବାଦିକ ଓ ରାଜ୍ୟ ସାମ୍ବାଦିକ ସଂଘ ,ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ଥିଲା l ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ବଡ ଖବର ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦିଗାମ୍ବର ମହାରଣା ଙ୍କ ନେତୃତ୍ଵ ରେ ରାଜ୍ୟ ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା,ବ୍ରହ୍ମପୁର ପ୍ରେସ କ୍ଲବ ସମ୍ପାଦକ ପ୍ରହଲ୍ଲାଦ ସାହୁ,କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ,ରାଜ୍ୟ ସାମ୍ବାଦିକ ସଂଘ ର କୋଷାଧ୍ୟକ୍ଷ ନୀଳାଚଳ ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

You might also like
error: Content is protected !!