ପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ “ପ୍ରସ୍ତୁତି” ମଡୁଲ କାର୍ଯ୍ୟକ୍ରମ ଉଦଯାପିତ

ବାଲିଗୁଡା,୦୮/୦୪ [ସୁକାନ୍ତ କୁମାର ତ୍ରିପାଠୀ ]କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‍‍‍‍‍‍‍‍ପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ “ପ୍ରସ୍ତୁତି” ମଡୁଲ କାର୍ଯ୍ୟକ୍ରମ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଛି l ଏଥିରେ ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ଵର ମାଝୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବଳରାମ ବେହେରା ଅତିଥି ଭାବେ ଯୋଗ ଦେଇ ଦ୍ୱୀପ ଧୂପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଶେଷ ଦିନ ଉଦଯାପିତ କରିଥିଲେ । ଏହି ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇଥିବା ଶିଶୁ ବାଟିକାକୁ କିପରି ଜାଣିବାପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ "ପ୍ରସ୍ତୁତି" ମଡୁଲ କାର୍ଯ୍ୟକ୍ରମ ଉଦଯାପିତପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ "ପ୍ରସ୍ତୁତି" ମଡୁଲ କାର୍ଯ୍ୟକ୍ରମ ଉଦଯାପିତପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ "ପ୍ରସ୍ତୁତି" ମଡୁଲ କାର୍ଯ୍ୟକ୍ରମ ଉଦଯାପିତ ଏବଂ ସେମାନଙ୍କର ଶିକ୍ଷାକୁ କିପରି ସୃଜନଶୀଳତା, ଖେଳ, ମାଟି କାମ, ଓ କାଗଜ କାମ ମାଧ୍ୟମ ରେ ପ୍ରଶିକ୍ଷଣ ଦେବା ଭଳି ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା l ଏଥିରେ ସତ୍ୟ ନାରାୟଣ ତ୍ରୀପାଠୀ, ସୁଶାନ୍ତ କୁମାର ମଲ୍ଲିକ, ଲୋକନାଥ ସାହୁ, ସରୋଜ କୁମାର ନାହାକ, ସାବତ ପ୍ରଧାନ, ପ୍ରଫୁଲ୍ଲ କୁମାର ସାହୁ, ସଞ୍ଜୀବ କୁମାର ବିନ୍ଧାଣି, ଜୟପ୍ରକାଶ ପ୍ରଧାନ ଏବଂ ସହଯୋଗୀ ଭାବରେ ଅମୁଲ୍ୟ କୁମାର ନାୟକ ଓ ଅମରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଉଦଯାପନୀ ଦିବସରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ଅତିଥିଙ୍କ ଦ୍ଵାରା ବଣ୍ଟନ କରାଯିବା ସହ କାର୍ଯ୍ୟକ୍ରମ କୁ କିପରି ବିଦ୍ୟାଳୟ ସ୍ତରରେ ସଫଳ ଭାବରେ କାର୍ଯ୍ୟକାରୀ ହେବ ସେଥି ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହଯୋଗ କାମନା କରି କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ।

You might also like
error: Content is protected !!