ଓକିଲ ସଂଘର ଶପଥ ଉତ୍ସବ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି l ନୂତନ କର୍ମକର୍ତ୍ତା ଶପଥ ନେଇଛନ୍ତି l ସଭାପତି ମନୋଜ କୁମାର୍ ପଟ୍ଟନାୟକ,ଉପସଭାପତି ଟି.କେ ରେଡ୍ଡୀ, ସମ୍ପାଦକ ଟି. ଭେଙ୍କଟ ରାଓ, ଯୁଗ୍ମ ସଂପାଦକ ଅସିତ୍ କୁମାର ସାବତ ଶପଥ ଗ୍ରହଣ କରିଛନ୍ତି l ଏହି ଅବସରରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ l ବରିଷ୍ଠ ଆଇନଜୀବୀ ମୋହନ ସିଙ୍ଗାରୀ , ପିତବାସ ପଣ୍ଡା,ନୟନ ଚନ୍ଦ୍ର ମହାପାତ୍ର, ରାମ୍ ପଣ୍ଡା,ବିରଞ୍ଚି ନାରାୟଣ ମହାପାତ୍ର, ସଂଜୀତ ପାଣିଗ୍ରାହୀ ପ୍ରମୁଖ ଆଇନଜୀବୀ ମଞ୍ଚାସିନ ଥିଲେ l

You might also like
error: Content is protected !!