କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାଷିକ ଉତ୍ସବ ଓ ଖଡିଛୁଆ ଉତ୍ସବ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ରେ କେଶରା ଉ.ପ୍ରା. ବିଦ୍ୟାଳୟରେ 1ମ ବାର୍ଷିକ ଉତ୍ସବ ଓ ଖଡ଼ି ଛୁଆଁ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଭିକାରୀ ନାୟକଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର ବେହେରା ଓ ମୁଖ୍ୟ ବକ୍ତା ପୂର୍ବତନ ବ୍ଲକ ଚେୟାରମ୍ଯାନ ଶ୍ରୀ ପ୍ରଶାନ୍ତ ମଲ୍ଲିକ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଅତିଥିଙ୍କ ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ପ୍ରଦାନକରିଥିଲେ। ଶିକ୍ଷକ ରବିନାରାୟଣ ମହାରଣା ବିବରଣୀ ପାଠ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଶିକ୍ଷକ ଜଗତ ଚନ୍ଦ୍ର ନାୟକ, ରମାକାନ୍ତ ମଲ୍ଲିକ ଓ ଶିକ୍ଷୟିତ୍ରୀ ଝିନା ମଲ୍ଲିକ ପରିଚାଳନା କରିଥିଲେ। ଶିକ୍ଷା ରଥକୁ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସ୍ଵାଗତ କରିଥିଲେ। ପୂର୍ବତନ ଛାତ୍ର ତଥା ବରିଷ୍ଠ ନାଗରିକ ଦୁର୍ଯ୍ୟୋଧନ ସାହୁ ଓ ପାଉଲ ପରିଛାଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ crcc ଅନାମ ମଲ୍ଲିକ, smc ର ସଭାପତି ବିଶ୍ଵନାଥ ଦଳାଇ, ସଭାନେତ୍ରୀ ଝୀନା କାର୍ଜୀ ଓ ଅନ୍ୟ ସମସ୍ତ ସଭ୍ଯ ସଭ୍ୟା, ଗ୍ରାମର ଭଦ୍ର ବ୍ୟକ୍ତି, ଜୀବନ ଜ୍ୟୋତି ଗ୍ରୁପର ସଭ୍ୟା ବୃନ୍ଦ ଯୋଗ ଦେଇଥିଲେ। ନିକଟସ୍ଥ ବିଦ୍ୟାଳୟ କେରାଖାଲ, ହାଲାପଙ୍କା, ଲେମ୍ବାପଙ୍କା ଓ ଗମ୍ଭାରିଗଣ୍ଡାର ଶିକ୍ଷକବନ୍ଧୁମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

You might also like
error: Content is protected !!