ମାଳବନ୍ଧ କାମ ଶେଷ : ଡଷ୍ଟବିନ ନିର୍ମାଣ କେବେ ?
ନୟାଗଡ,( ପ୍ରଭାକର ଶିରୋମଣି )କଣ୍ଟିଲୋ, ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୀଳମାଧଵ ପୀଠ କଣ୍ଟିଲୋ ର ବିକାଶ ପ୍ରକଳ୍ପ ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଞ୍ଚି ଥିଲା ବେଳେ ମନ୍ଦିର ପଶ୍ଚିମ ପାର୍ଶ୍ୱ ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଁଚିଛି l ବର୍ତ୍ତମାନ ମାଳବନ୍ଧର ଉତ୍ତର ପାର୍ଶ୍ଵରେ ଷ୍ଟିଲ ବାରିକେଟ କରାଯାଉଥିଲା ବେଳେ ଅଳିଆ ଆବର୍ଜନା ପକାଇବା ପାଇଁ ପ୍ରସ୍ଥାବିତ ଡଷ୍ଟ ବିନ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି l ସୂଚନା ଯୋଗ୍ୟ ଯେ, କଣ୍ଟିଲୋ ମୁଖ୍ୟ ବଜାର ଠାରୁ ନୀଳମାଧଵ ମନ୍ଦିର ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ୩୪୦ ମିଟର ରାସ୍ତା ୧୨ ମିଟର ଓସାର ପକ୍କା କରାଯାଇ ପର୍ଯ୍ୟଟକ ମାନଙ୍କ ଗମନା ଗମନ ପାଇଁ ସୁବିଧା କରାଯାଇଛି ଓ ରାଜ୍ୟ ଜଳସମ୍ପଦ ବିଭାଗ ଯନ୍ତ୍ରୀ ମାନଙ୍କ ପ୍ରତ୍ୟେକ୍ଷ ତତ୍ୱା ବଧାନରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି କିନ୍ତୁ ପକ୍କା ରାସ୍ତା ସହ ବାରିକେଟ ନିର୍ମାଣ କାର୍ଯ୍ୟ ଶେଷ ପ୍ରାୟ ଥିଲା ବେଳେ ଏ ପର୍ଯ୍ୟନ୍ତ ୪ ଗୋଟି ଡଷ୍ଟବିନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ l ଏହି ପରିପ୍ରେକ୍ଷୀରେ ରାସ୍ତା ମଧ୍ୟ ଦେଇ ଯାତ୍ରୀ ମାନେ ଯିବା ଆସିବାବେଳେ ପଲିଥିନ,କଦଳୀ ଚୋପା, ଟୁକୁରା କାଗଜ ଓ କୁରୁକୁରି ଆଦି ଜରି ପ୍ୟାକେଟ ପକାଉଥିବା ଲକ୍ଷ୍ୟ କରାଯାଉଛି l ତେଣୁ ତୁରନ୍ତ ଡଷ୍ଟବିନ ନିର୍ମାଣ କରିବାକୁ ସାଧାରଣ ରେ ଦାବି ହେଉଛି l