ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ଆର,ଉଦୟଗିରି,(ମନୋଜ କୁମାର ପାଢୀ): ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ପୁଅର ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରୁ ନ ଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଆନ୍ତର୍ଗତ ରାଇଯୁକା ଗାଁର ଟୁକୁ ବସ୍ତରାଏ।ପରିବାର ପୋଷଣ ପାଇଁ ୬ ମାସ ତଳେ ଟୁକୁ କେରଳକୁ କାମ କରିବାକୁ ଯାଇଥିଲେ। ଗତ ଦୁଇ ତାରିଖରେ ଘରକୁ ଫେରି ଆସିବା ନେଇ ଫୋନରେ ପରିବାରଙ୍କୁ ଜଣାଇଥିଲେ। ହେଲେ ଶୁକ୍ରବାର ରାତିରେ ମହାରାଷ୍ଟ୍ର ପୁଣେରେ ଟୁକୁଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା।ମିଳିଥିବା ସୂଚନା ମୁତାବକ, ଟୁକୁ ମୋହନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ବିବାହ କରିବାର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ତେବେ ଯୁବତୀ ଜଣକ ଅନ୍ୟଜଣେ ଯୁବକଙ୍କୁ ବିବାହ କରିବା ପରେ ଚିକୁ ମଧ୍ୟ ଅନ୍ୟତ୍ର ବିବାହ କରିଥିଲେ। ହେଲେ ପରଷ୍ପର ବିଚ୍ଛେଦ ପରେ ପୁଣି ଥରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଥମ ସ୍ତ୍ରୀ ପୂନେରେ ରହୁଥିବା ବେଳେ ଚିକୁ ଘରକୁ ନ ଆସି ତାଙ୍କୁ ସାକ୍ଷାତ କରିବା ପାଇଁ ପୁଣେ ଯାଇଥିଲେ।ତେବେ ଶୁକ୍ରବାର ଟୁକୁଙ୍କ ବନ୍ଦେ ଗାର୍ଡେନ ଥାନା ନିକଟସ୍ଥ ମଥୁରା ଲଜରୁ ପୋଲିସ ମୃତଦେହ ଜବତ କରିଥିଲା। ପ୍ରଥମ ସ୍ତ୍ରୀ ତାଙ୍କୁ ହତ୍ୟା କରିଥିବା ନେଇ ଟୁକୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିବା ସହ ମୃତଦେହ ଗାଁକୁ ଫେରାଇ ଆଣିବାକୁ ପରିବାର ଲୋକେ ଦାବି କରିଛନ୍ତି।

You might also like
error: Content is protected !!